କଳାହାଣ୍ଡି : ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ରେ ଦିଆଯାଉଥିବା ପଶୁ ବଳି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ରାୟ କୁ ନେଇ କଳାହାଣ୍ଡି ରେ ବିତର୍କ ।
ଦଶହରା ସମୟ ରେ ଭବାନୀପାଟଣା ଠାରେ ଆରଧ୍ୟ ଦେବୀ ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ରେ ଦିଆଯାଉଥିବା ପଶୁ ବଳି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଯାତ୍ରା ସମୟରେ ରାସ୍ତା କଡ କିମ୍ବା ମନ୍ଦିର ପାଶ୍ୱର୍ ରେ କୌଣସି ଭକ୍ତ ପଶୁ କିମ୍ବ ପକ୍ଷୀ ର ବଳି ଦେଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ କଳାହାଣ୍ଡି ରେ ଆରମ୍ଭ ହୋଇ ଯାଇଛି ବିତର୍କ ।
ଓଡିଶା ହାଇକୋର୍ଟ ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜର୍ଟିସ ସଞୁ ପଣ୍ଡା ଓ ଜଷ୍ଟିସ ସଂଗଂମ କୁମାର ସାହୁ ଙ୍କ ଖଣ୍ଡପୀଠ ସମାଜସେବୀ ଜୟନ୍ତୀ ଦାସ ଙ୍କ ଆଗତ ଜନସ୍ୱାର୍ଥ ମାମଲା ଉପରେ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି । ଗତ ୨୦୧୭ ମସିହା ରୁ ଜୟନ୍ତୀ ଛତର ଯାତ୍ରା ସମୟ ରେ ହେଉଥିବା ପଶୁ ଓ ପକ୍ଷୀ ର ବଳି ବନ୍ଦ ପାଇଁ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ହେଲେ କୋର୍ଟ ର ବନ୍ଦ ନିର୍ଦ୍ଦେଶ ସତ୍ୱେ ପ୍ରସାସନିକ ନିଷ୍କ୍ରିୟତା ପ୍ରତିବାଦ ରେ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କୁ ଅବଗତ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ କୋର୍ଟ ନିର୍ଦ୍ଦେଶ ଲାଗୁ ପାଇଁ ମୁଖ୍ୟ ଶାସନ ସଚିବ କୁ ଚିଠି ସତ୍ୱେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦର୍ଶାଇ ପୁଣି କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ରାୟ ପରେ ପୁଣି କଳାହାଣ୍ଡି ଜିଲ୍ଲା ରେ ବିତର୍କ ଆରମ୍ଭ ହୋଇଯାଇଛି । କିଏ କୋର୍ଟ ରାୟ କୁ ସ୍ୱାଗତ କରୁଥିବା ବେଳେ କିଏ ଏହା ଆସ୍ଥା ଓ ବିଶ୍ୱାସ ପ୍ରସଗଂ କାହା ନିର୍ଦ୍ଦେଶ ମାନିବୁ ନାହିଁ ବୋଲି ଖୋଲା ଖୋଲି ପ୍ରକାଶ କରୁଛନ୍ତି ।
ଏ ନେଇ କଳାହାଣ୍ଡି ଏସପି କୋର୍ଟ କପି ମିଳି ନ ଥିବା ଦର୍ଶାଇ ପ୍ରତିକ୍ରୀୟା ଦେବାକୁ ମନା କରିଦେଇଛନ୍ତି । କିନ୍ତୃ ଛତର ଯାତ୍ରା ରେ ସଂପୁର୍ଣ ବଳି ବନ୍ଦ ନିର୍ଦ୍ଦେଶ ପ୍ରଶାସନ ପାଇଁ ନୁଆ ଚ୍ୟଲେଞ ସୃଷ୍ଟି କରିଛି । ବଳି ରୁ ନିବୃତ ରଖିବାକୁ ଜନସାଧାରଣ ଙ୍କୁ ସଚେତନତା ପ୍ରଶାସନ ପାଇଁ ଏକ ମାତ୍ର ବିକଳ୍ପ ରହିବ । କାରଣ ଲୋକେ ସ୍ୱତଃ ପ୍ରଭୁତ ଭାବେ ପଶୁ କିମ୍ବା ପକ୍ଷୀ ର ବଳି ପ୍ରକୃତ ରେ ମାଁ ମାଣିକେଶ୍ୱôରୀ ଙ୍କୁ ଅବଶ୍ୟକ କି ବୁଝି ପାରିଲେ ଲୋକେ ନିଜେ ନିବୃତ ରହିବେ । ନଚେତ ପ୍ରଶାସନ ଲକ୍ଷ ଲକ୍ଷ ଲୋକଙ୍କୁ ଆଇନ ର ଡର ରେ ନିବୃତ ରଖି ପାରିବା କଷ୍ଟକର ।