30.1 C
Bhubaneswar
Wednesday, April 24, 2024
Homeଓଡିଶାଗରାପୁର ଡାକବଙ୍ଗଳା ସ୍ଥାନରେ ତିଆରି ହେବ ଗାନ୍ଧି ସ୍ମ୍ମାରକୀ ଭବନ ଓ ମ୍ୟୁଜିଅମ

ଗରାପୁର ଡାକବଙ୍ଗଳା ସ୍ଥାନରେ ତିଆରି ହେବ ଗାନ୍ଧି ସ୍ମ୍ମାରକୀ ଭବନ ଓ ମ୍ୟୁଜିଅମ

କେନ୍ଦ୍ରାପଡା଼ : ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବର୍ଷିକ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାରଙ୍କ ପକ୍ଷରୁ ବ୍ୟାପକ ଯୋଜନା ହାତକୁ ନିଆଯାଇଛି । ଏହି କ୍ରମରେ କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ଥିବା ଗରାପୁର ଡାକବଙ୍ଗଳା ଠାରେ ଗାନ୍ଧି ସ୍ମାରକୀ ଭବନ ନିର୍ମାଣ କରାଯିବା ସହ ସେଠାରେ ଗୋଟିଏ ମ୍ୟୁଜିଅମକ ତିଆରି କର।।ଯାଇ ଗାନ୍ଧିଜୀଙ୍କ ବ୍ୟବହୃତ ସାମଗ୍ରୀ ରଖାଯିବ ବୋଲି ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି । ବୁଧବାର ମନ୍ତ୍ରୀ ସାମଲ କେନ୍ଦ୍ରପଡ଼ା ଗସ୍ତ କରିବା ସହ ଗରାପୁର ଡାକ ବଙ୍ଗଳା ବୁଲି ଦେଖିଥିଲେ ଓ ସେଠାରେ ଜିଲ୍ଲାର ଉଚ୍ଚ ଅଧିକାରୀମାନଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ଯେ ୧୯୩୪ ମସିାରେ ଗାନ୍ଧିଜୀ ହରିଜନ ପଦଯାତ୍ରା କରରିଥିବା ସମରେ କଟକ ଚାନ୍ଦବାଲି ରାସ୍ତାରେ ଚାଲି ଚାଲି କେନ୍ଦ୍ରାପଡ଼ା ଆସିଥିଲେ ଓ ଗରାପୁର କୋଠିର ଚାଳ ଘରେ ସେହି ବର୍ଷ ମେ ମାସ ୨୭, ୨୮ ଓ ୨୯ ତାରିଖରେ ତିନି ଦିନ ଧରି ରହି ସ୍ୱାଧୀନତା ସଂଗ୍ରାମମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସ୍ଥାନରେ ସଭା ସମିତୀରେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ ।
ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ଜିଲ୍ଲାରହଜାର ହଜାର ଲୋକ ସଂଗ୍ରାମରେ ଯୋଗ ଦେଇଥିଲେ । ଜାତିର ପିତାଙ୍କ ଏହି ସ୍ମୃତିକୁ ଉଜ୍ଜିବିତ ରଖା ଯିବା ସହିତ ଯୁବ ପଢିଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରାଯିବାକୁ ସରକାରଙ୍କ ପକ୍ଷରୁ ଏହି ଯୋଜନା ହାତକୁ ନିଆ ଯାଇଥିବା ମନ୍ତ୍ରୀ ସାମଲ ପ୍ରକାଶ କରିଛନ୍ତି । ଏହା ସହିତ ପଦଯାତ୍ରା ସମୟରେ ଗାନ୍ଧିଜୀ ସଭାସମିତୀ କରିଥିବା ଜିଲ୍ଲାର ବିଭିନ୍ନ ଗାଁ ଗୁଡ଼ିକୁ ଗାନ୍ଧି ସର୍କିଟ ସହିତ ଯୋଡ଼ା ଯାଇ ସେଠାରେ ଗାନ୍ଧିଜୀଙଘ୍‌କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହିସବୁ କାର୍ଯ୍ୟ ରାଜ୍ୟ ପୂର୍ତ ବିଭାଗ ଦ୍ୱାରା କରାଯିବ ଓ ଏ ସମ୍ପର୍କିତ ଏକ ଅନୁରୋଧ ପତ୍ର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଠାରୁ ସରକାରଙ୍କ ନିକଟରେ ପହଂଚିବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା, ରାଜନଗର ବିଧାୟକ ଧୃବ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା,ଳ ପୂର୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଓ ଜିଲ୍ଲାର ବରିଷ୍ଠ ନାଗରୀକମାନଙ୍କ ସହିତ ମନ୍ତ୍ରୀ ସାମଲ ଏଳ ସମ୍ପର୍କରେ ଆଲୋଚନା କରିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking