28.1 C
Bhubaneswar
Sunday, December 29, 2024
Homeଓଡିଶାନାବାଳିିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ, ୫୦ ହଜାର ଫାଇନ୍

ନାବାଳିିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ, ୫୦ ହଜାର ଫାଇନ୍

ଫୁଲବାଣୀ : ୨୦୧୭ ମସିହାରେ ସଂଘଟିତ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଆଜି ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋକ୍‌ସୋ କୋର୍ଟ ଅଭି୍‌ୁକ୍ତକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତକୁ ୫୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଦୋଷୀକୁ ଆଉ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅଞ୍ଚଳର କାଳୀ ପ୍ରସାଦ ମିଶ୍ର ଓରଫ ଟୁଟୁ । ସୂଚନା ମୁତାବକ, ୨୦୧୭ ଜୁଲାଇ ୭ ତାରିଖ ଅପରାହ୍ନରେ ଜନୈକା ୯ ବର୍ଷର ନାବାଳିକା ଜିନିଷ କିଣିବା ପାଇଁ ଘରୁ ବଜାରକୁ ଆସିଥିବାବେଳେ କାଳିପ୍ରସାଦ ତାକୁ ଚକୋଲେଟ୍ ଦେବ କହି ପାଖରେ ଥିବା ଏକ ଭଙ୍ଗା ଘର ଭିତରକୁ ଡାକି ନେଇଥିଲା ।

ଘର ଭିତରେ ନାବାଳିକା ସହ ସେ ଦୁଷ୍କର୍ମ କରିଥିଲା । ଏହି ସମୟରେ ପୀଡ଼ିତା ଜଣକ ପାଟି କରିବାରୁ ପାଖ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିବା ତା’ର ମା’ ଘଟଣାସ୍ଥଳକୁ ଦୌଡ଼ି ଆସି ଅଭିଯୁକ୍ତକୁ ଦେଖି ପାଟିକରିବାରୁ ଅଭିଯୁକ୍ତ ସେଠାରୁ ଧାଇଁ ପଳାଇ ଯାଇଥିଲା । ପୀଡ଼ିତାର ମା’ଙ୍କ ଏତାଲାକ୍ରମେ ଖଜୁରୀପଡ଼ା ପୁୁଲିସ ଏକ ମାମଲା ରୁଜୁ କରି ଅଭିଯ୍‌ୁକ୍ତକୁ ଗିରଫ କରିଥିଲା । ଆଜି ଫୁଲବାଣୀ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏହି ମାମଲାର ଶୁଣାଣି କରି ୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking