27.1 C
Bhubaneswar
Tuesday, September 27, 2022
Homeଓଡିଶା🌹☘️🙏🏻" ଆଜିର ନୀତିବାଣୀ "🙏🏻☘️🌹

🌹☘️🙏🏻” ଆଜିର ନୀତିବାଣୀ “🙏🏻☘️🌹

➡️”ସୁନ୍ଦର ମୁହଁଟିଏ କିଛିଦିନ ପାଇଁ ମନେ ରୁହେ।କିନ୍ତୁ ସୁନ୍ଦର ହୃଦୟରଟିଏ ସାରା ଜିବନ ପାଇଁ ମନରେ ସାଇତି ହୋଇ ରହିଯାଏ !!”

➡️”ମଣିଷର ପ୍ରକୃତି:-
ପ୍ରଶୟ ଦେଲେ- ମୁଣ୍ଡରେ ଚଢ଼େ ଆଦର କଲେ- ଖୋସାମତ ଭାବେ ଉପଦେଶ ଦେଲେ- ମୁହଁ ମୋଡେ ଉପକାର କରିଥିଲେ- ଅସ୍ବୀକାର କରେ !!”

➡️”ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ !!”

➡️”ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ ଯିଏ ଅଜ୍ଞାନୀ ହୋଇଥାଏ ତାକୁବି ବୁଝେଇ ହେବ, କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବା ସମ୍ଭବ ନୁହେଁ। କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ !!”

➡️”ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି, ଯଦି ‘ମା’ ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ !!”

➡️”ସତ୍ୟକୁ ଯେତେ ଦବାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ସାମନାକୁ ବାହାରିପଡେ । ସଂସାରରେ ଖୁବ୍ କମ୍ ପ୍ରାଣୀ ଅଛନ୍ତି ଯାହାର ଭିତର ବାହାର ସମାନ ନଚେତ୍ ସବୁ ଅଲଗା ଅଲଗା” !!

➡️”ସନ୍ଦେହ ଏକ ଏପରି ରୋଗ ଯାହା ଜଣଙ୍କ ମନରେ ଥରେ ବସିଯାଏ ଆଉ ସାରା ଜୀବନ ମନରୁ ବାହାରି ନଥାଏ। ବେଳେ ବେଳେ ସନ୍ଦେହ ଭଲ ଘରକୁ ବି ଭାଙ୍ଗିକି ଚୁରମାର କରିଦିଏ !!”

ଅଦ୍ୟ ଅଗଷ୍ଟ ମାସ ୦୭ ତାରିଖ ୨୦୨୨ ମସିହା(ରବିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଶ୍ରାବଣ-ଶୁକ୍ଳପକ୍ଷ
ତିଥି- ଦଶମୀ ରାତ୍ରି ଘ୧୧/୪୩ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ
ନକ୍ଷତ୍ର- ଅନୁରାଧା ଦିବା ଘ୦୫/୦୧ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା
ଚନ୍ଦ୍ର- ବିଛା
ଯୋଗ- ବ୍ରହ୍ମ
କରଣ – ତୈତିଳ
ସୌରମାସ- କର୍କଟ ୨୨ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୫୦
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୪୩ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ
ମେଷ ରାଶିର ଘାତବାର
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୧୦/୧୫ ଗତେ ଘ୦୧/୨୮ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୧୬ ଗତେ ଘ୦୯/୩୦ ମଧ୍ୟେ ଓ ରାତ୍ରି ଘ୦୭/୫୬ ଗତେ ଘ୦୯/୩୦ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୧୭ ମଧ୍ୟେ ଓ ରାତ୍ରି ଘ୦୭/୦୩ ଗତେ ଘ୦୭/୫୩ ମଧ୍ୟେ*
═✧*══•❁❀❁•═════✧
ଅଦ୍ୟ କଳମ ଶାଗ ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ।

🌹ବୃଷ 🌹ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।

🌹ମିଥୁନ 🌹ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

🌹କର୍କଟ🌹କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।

🌹ସିଂହ 🌹 ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।

🌹କନ୍ୟା🌹 ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।

🌹ତୁଳା 🌹 ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

🌹ବିଛା 🌹 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।

🌹ଧନୁ 🌹 କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।

🌹ମକର 🌹ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

🌹କୁମ୍ଭ 🌹ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

🌹ମୀନ 🌹 ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking