32.1 C
Bhubaneswar
Saturday, October 19, 2024
Homeଅପରାଧନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ, ୪୩ ହଜାର ଜରିମାନା

ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ, ୪୩ ହଜାର ଜରିମାନା

ବ୍ରହ୍ମପୁର: ଜନୈକା ନାବାଳିକାକୁ ଦୁଷ୍କର୍ମ ମାମଲାର ଆଜି ଫାଷ୍ଟଟ୍ରାକ ପୋକ୍‌ସୋ ଜଜ ଗଣେଶ୍ୱର ପତି ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାମକୁ ଭିତ୍ତି କରି ସଦର ଥାନା ଅନ୍ତର୍ଗତ ବୁଲୁ ବେହେରା(୨୪)ଙ୍କୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତକୁ ଦୁଇଟି ଦଫାରେ ୪୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ସେ ରାୟ ପ୍ରକାଶ କରିଛନ୍ତି । ଏହି ମାମଲାର ବିଚାର ବେଳେ ମୋଟ ୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।

ଅନ୍ୟପକ୍ଷରେ ପୀଡିତା ନାବାଳିକାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଓଡ଼ିଶା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ବୁଲୁ ବେହେରାଙ୍କ ନିଜ ଗ୍ରାମର କଙ୍କୋରଡ଼ା ହୋଇଥିବା ବେଳେ ସେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ରଙ୍ଗ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୨୧ ଏପ୍ରିଲ୍ ୩୦ ତାରିଖରେ ସଦର ଥାନା ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳିକା ଟ୍ୟୁସନ୍‌ରୁ ଏକାକି ଘରକୁ ଫେରୁଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଲୋଚାପଡା ନିକଟ ଏକ ନିଚ୍ଛାଟିଆ ସ୍ଥାନରୁ ତାଙ୍କ ପାଟି ଚିପି ସେଠାରୁ ଅପହରଣ କରିନେଇଥିଲେ । ଏକ ବଗିଚା ନିକଟରେ ସେ ନାବାଳିକା ଛତ୍ରୀଙ୍କୁ ଛୁରୀ ଦେଖାଇ ଭୟଭୀତ କରି ସେଠାରେ ଦୁଷ୍କର୍ମ କରିଥିଲେ । ଏପରିକି ସେ ଅନେକ ଥର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣଙ୍କ ତାଙ୍କ ମା’ଙ୍କୁ କହିଥିଲେ ।

ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମା’ ସଦର ଥାନାରେ ୨୦୨୧ ମେ’ ୧ ତାରିଖରେ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ବୁଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଏସ୍‌ଆଇ ସବିତା କୁମାରୀ ପାଣିଗ୍ରାହୀ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଗିରଫ ପର ଠାରୁ ଅଭିଯୁକ୍ତ ଜଣଙ୍କ ବିଚାରଧୀନ ବନ୍ଦୀଭାବରେ ବ୍ରହ୍ମପୁର ମଣ୍ଡଳକାରାଗାରରେ ରହିଥିଲେ । ଆଜି ବିଚାର ବେଳେ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ବୁଲୁଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୪୩ ହଜାର ଟଙ୍କା ଜରିମାନା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରି ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ଇସମାଇଲ ମହମ୍ମଦ ମକଦ୍ଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking