28.1 C
Bhubaneswar
Sunday, June 1, 2025
Homeଖେଳଜୁନିୟର୍ ପୁରୁଷ ହକି ବିଶ୍ୱକପ୍‌; କାନାଡାକୁ ୧୦-୧ରେ ହରାଇ କ୍ୱାର୍ଟର୍‌ରେ ଭାରତ

ଜୁନିୟର୍ ପୁରୁଷ ହକି ବିଶ୍ୱକପ୍‌; କାନାଡାକୁ ୧୦-୧ରେ ହରାଇ କ୍ୱାର୍ଟର୍‌ରେ ଭାରତ

କ୍ୱାଲାଲମ୍ପୁର୍‌: ଭାରତୀୟ ଜୁନିୟର୍ ପୁରୁଷ ହକି ଦଳ ଶନିବାର ଅନ୍ତିମ ପୁଲ୍ ମ୍ୟାଚ୍‌ରେ କାନାଡାକୁ ୧୦-୧ ଗୋଲ୍‌ରେ ହରାଇ ଏଠାରେ ଚାଲିଥିôବା ଏଫ୍‌ଆଇଏଚ୍ ଜୁନିୟର୍ ପୁରୁଷ ହକି ବିଶ୍ୱକପ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି । ଭରତ ପକ୍ଷରୁ ଆଦିତ୍ୟ ଅର୍ଜୁନ୍ ଲାଲାଗେ (୮ମ, ୪୩ତମ ମିନିଟ୍‌), ରୋହିତ (୧୨ଶ, ୫୫ତମ ମିନିଟ୍‌), ଅମନଦୀପ୍ ଲାକ୍ରା (୨୩ତମ, ୫୧ତମ ମିନିଟ୍‌), ବିଷ୍ଣୁକାନ୍ତ (୪୨ତମ ମିନିଟ୍‌), ରାଜିନ୍ଦର (୪୨ତମ ମିନିଟ୍‌), କୁଶୱାହା ସୌରଭ ଆନନ୍ଦ (୫୧ତମ ମିନିଟ୍‌) ଏବଂ କ୍ୟାପ୍‌ଟେନ୍ ଉତ୍ତମ ସିଂହ (୫୮ତମ ମିନିଟ୍‌) ଗୋଲ୍‌ଗୁଡ଼ିକ ସ୍କୋର୍ କରିଥିଲେ । କାନାଡା ପକ୍ଷରୁ ଜୁଡ୍ ନିକୋଲ୍‌ସନ୍ ୨୧ତମ ମିନିଟ୍‌ରେ ଏକମାତ୍ର ଗୋଲ୍ କରିଥିଲେ ।

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ଭାରତ ଲଗାତାର ଆକ୍ରମଣ କରି କାନାଡା ଡିଫେନ୍ସ ଲାଇନ୍ ଉପରେ ଚାପ ସୃଷ୍ଟି କରିଥିଲା । ଏହା ଫଳ ୮ମ ମିନିଟ୍‌ରେ ଦଳକୁ ମିଳିଥିଲା । ଆଦିତ୍ୟ ଅର୍ଜୁନ ଏକ ଚମତ୍କାର ଫିଲ୍ଡ ଗୋଲ୍ ଜରିଆରେ ଦଳକୁ ଅଗ୍ରଣୀ କରାଇଥିଲେ । ଏହାପରେ ୧୨ଶ ମିନିଟ୍‌ରେ ରୋହିତ ଏକ ପେନାଲ୍ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିବର୍ତ୍ତନ କରି ଭାରତର ଅଗ୍ରଣୀକୁ ଡବଲ୍ କରିଥିଲେ । ଦ୍ୱିତୀୟ କ୍ୟାର୍ଟରେ କାନାଡା ପ୍ରତ୍ୟାବର୍ତ୍ତନ କରିବା ସହ ୨୧ତମ ମିନିଟ୍‌ରେ ଜୁଡ୍ ନିକୋଲ୍‌ସନ୍ ଏକ ଫିଲ୍ଡ ଗୋଲ୍ ଜରିଆରେ ବ୍ୟବଧାନ ୨-୧ କରିଦେଇଥିଲେ । ତେବେ ପ୍ରଥମାର୍ଦ୍ଧର ଶେଷ ଆଡ଼କୁ ୨୩ତମ ମିନିଟ୍‌ରେ ଅମନଦୀପ୍ ଏକ ପେନାଲ୍ଟି କର୍ଣ୍ଣର୍‌କୁ ସଫଳତାର ସହ ପରିବର୍ତ୍ତନ କରି ସ୍କୋର୍ ଲାଇନ୍ ୩-୧ କରିଥିଲେ ।

ତୃତୀୟ କ୍ୱାର୍ଟର୍‌ରେ କାନାଡା ପ୍ରତ୍ୟାବର୍ତ୍ତନ ଉଦ୍ୟମ ଚଳାଇଥିବା ବେଳେ ବିଷ୍ଣୁକାନ୍ତ ସିଂହ ଏକ ଫିଲ୍ଡ ଗୋଲ୍ ଏବଂ ଆଦିତ୍ୟ ଅର୍ଜୁନ୍ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ସ୍କୋର୍ ସ୍ଥିତି ୬-୧ରେ ପହଞ୍ଚାଇଥିଲେ । ଖେଳ ଶେଷ ହେବାର ୧୫ ମିନିଟ୍ ପୂର୍ବରୁ ଭାରତ ଲଗାତାର ଆକ୍ରମଣ କରି ସୌରଭ ଆନନ୍ଦ, ଅମନଦୀପ ଏବଂ ରୋହିତଙ୍କ ଜରିଆରେ ତିନିଟି ଗୋଲ୍ କରିଥିଲା । ଆଉ ୩ ମିନିଟ୍ ବାକିଥିବା ବେଳେ କ୍ୟାପ୍‌ଟେନ୍ ଉତ୍ତମ ସିଂହ ଗୋଲ୍ କରି ସ୍ଥିତି ୧୦-୧ କରିବା ସହିତ ଭାରତକୁ ବଡ଼ ବିଜୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking