ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ ଜୁଲାଇ ୧୬ ତାରିଖରେ ବିଶ୍ୱ ସର୍ପ ଦିବସ ପାଳନ କରାଯାଇଥାଏ । ତେବେ ଆଜି ହେଉଛି ବିଶ୍ୱ ସର୍ପ ଦିବସ । ସାଧାରଣତଃ ସାପ ନାଁ ଶୁଣିଲେ ମଣିଷ ଛାନିଆ ହୋଇଯାଏ । ସାପ ବିଷାକ୍ତ ଜନ୍ତୁ ହୋଇଥିବାରୁ ଭୟ ଲାଗିବା ସ୍ୱାଭାବିକ । ସାପ କାମୁଡିଦେଲେ ମନ ଭିତରେ ଭୟ ପଶିଯାଏ । ସାପ କାମୁଡିବା ଏକ ଦୁର୍ଘଟଣା, ଯାହା ଶତପ୍ରତିଶତ ଆରୋଗ୍ୟ ସାଧ୍ୟ । ଅନ୍ୟ ପକ୍ଷରେ ସାପ ପୃଥିବୀର ଜୈବ ଶୃଙ୍ଖଳ (ଇକୋସିଷ୍ଟମ) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ବିଶେଷ କରି ଫସଲ ପ୍ରତି କ୍ଷତିକାରକ ବେଙ୍ଗ, ମୂଷା ଓ କୀଟପତଙ୍ଗ ଆଦିକୁ ଦମନରେ ସାପ ପ୍ରମୁଖ ଭୂମିକା ନେଇଥାଏ । ସେହିପରି ସାପ ବିଷ ବି ମଣିଷ ଜୀବନ ବଂଚାଇଥାଏ । କ୍ୟାନସର ଓ ଅନ୍ୟ କେତେକ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏଣୁ ସାପର ସଂରକ୍ଷଣ ନିମନ୍ତେ ସମାଜକୁ ସଚେତନତା ବାର୍ତ୍ତା ଦେବାପାଇଁ ପ୍ରତିବର୍ଷ ଜୁଲାଇ ୧୬ତାରିଖଟିକୁ ବିଶ୍ୱ ସର୍ପ ଦିବସ ରୂପେ ପାଳନ କରାଯାଇଥାଏ । ଆଉ ମଧ୍ୟ ଦୁନିଆରେ ବିଭିନ୍ନ ପ୍ରଜାତିର ସାପ ବିଷୟରେ ସଚେତନତା ବଢାଇବା ପାଇଁ ବିଶ୍ୱ ସର୍ପ ଦିବସ ପାଳନ କରାଯାଇଥାଏ । ଅଧିକାଂଶ ଲୋକମାନେ ସାପର ନକାରାତ୍ମକ ପ୍ରଭାବ ରହିଥାଏ ଭାବି ଡରିଥାନ୍ତି । କିନ୍ତୁ ବାସ୍ତବରେ ସାପ ଏକ ମହାନ୍ ପ୍ରାଣୀ ଏବଂ ଦୁନିଆର ପରିସ୍ଥିତି ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଯେ ଆମକୁ ସାପର ସାହାରା ନେବାକୁ ପଡିଥାଏ । ଏନେଇ ଆସନ୍ତୁ ଜାଣିବା ସର୍ପ ଦିବସରେ କ’ଣ ରହିଛି ସର୍ପ ଦିବସର ଅର୍ଥ, ଇତିହାସ ଏବଂ ମହତ୍ତ୍ୱ ।
ବିଶ୍ୱ ସର୍ପ ଦିବସ ଲୋକମାନଙ୍କୁ ଏହି ପ୍ରଜାତିର ଶରୀସୃପ ବିଷୟରେ ଅଧିକ ଜାଣିବା ପାଇଁ ପାଳନ କରାଯାଇଥାଏ । ଦୁନିଆରେ ଉପସ୍ଥିତ ଥିବା ସମସ୍ତ ଜିବ-ଜନ୍ତୁଙ୍କ ମଧ୍ୟରେ ସାପ ସବୁଠାରୁ ପ୍ରାଚୀନ ଜୀବ । ସାପର ପାଖାପାଖି ୩,୪୫୮ ପ୍ରଜାତି ରହିଛି । ସାପ ଦୁନିଆର ଅଧିକାଂଶ ମହାସାଗରରେ ଦେଖିବାକୁ ମିଳିଥାଏ । ଏଥିସହ ଆଧୁନିକ ଶରୀସୃପ ଡାୟନାସୋରର ବଂଶରୁ ସୃଷ୍ଟି ବୋଲି ଆଜି ମଧ୍ୟ ଅଧିକାଂଶ ଲୋକମାନେ ଜାଣିନଥିବେ ।
ଜଙ୍ଗଲ କାଟିବା,ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ କେତେକ କାରଣରୁ ପରିବେଶରେ ସାପମାନଙ୍କର ବାସ ସ୍ଥଳୀ ଖରାପ ହେବାରେ ଲାଗିଛି । ଏହିକାରଣରୁ ଆମେମାନେ ସାମୁହିକ ରୂପେ ସାପମାନଙ୍କ ଭଲ ପାଇଁ ସଂରକ୍ଷଣ ପାଇଁ ପ୍ରୟାସ କରିବା ଉଚିତ ।
ସୂଚନାଯୋଗ୍ୟ ଆଣ୍ଟ୍ରାକଟିକାକୁ ଛାଡି ସମସ୍ତ ମହାଦ୍ୱୀପରେ ସାପ ଦେଖାଯାଇଥାନ୍ତି । ଯେପରି ସମୁଦ୍ର, ଜଙ୍ଗଲ, ରେଗିସ୍ତାନ, ପ୍ରୈରୀ ଏବଂ କେବେ କେବେ ଆମମାନଙ୍କ ମଧ୍ୟରେ ବି ସାପ ରହିଥାନ୍ତି । ସାପ ଅନେକ ଭିନ୍ନ ଭିନ୍ନ ପଶୁ-ପକ୍ଷୀଙ୍କ ବ୍ୟବହାର କରିଥାନ୍ତି । ସାପ ନିଜ ସିକାରକୁ ପୁରା ଖାଇଦେଇଥାଏ କାରଣ ସାପ ଶରୀରର ତଳ ଭାଗ ଚମଡା ଉପର ଚମଡା ଠାରୁ ଅଲଗା ହୋଇଥାଏ । ଅନେକ ବଡ ବଡ ସାପ ମଧ୍ୟ ଚୋଟ ହରିଣ, ସୁଅର, ମାଙ୍କଡ ଏବଂ ଏପରିକି ଘୁଷୁରୀ ମଧ୍ୟ ଖାଇଥାନ୍ତି ।










