ଭୁବନେଶ୍ୱର : କନକ ନ୍ୟୁଜ ମେକର ୨୦୨୪ କାଯ୍ୟକ୍ରମ ଆରମ୍ଭ ହୋଇସାରିଛି । କନକ ନ୍ୟୁଜର ନ୍ୟୁଜ ମେକର ୨୦୨୪ କାଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକା ନିଧି କୁଳପତି ନିଜର ମତ ରଖିଛନ୍ତି । କହିଛନ୍ତି ସାମ୍ବାଦିକତା ରାଜନୀତି ପାଇଁ ନୁହେଁ । ଗଣମାଧ୍ୟମ ଆଜି ବଦଳୁଛି ଆଗକୁ ମଧ୍ୟ ବଦଳିବ । ସୋସିଆଲ ମିଡିଆ ଆଜି ବଡ ପ୍ଲାଟଫର୍ମ ପାଲଟିଛି । ସାମ୍ବାଦିକତା ହେଉଛି ସମାଜର ସେବା କରିବା । ସରକାରଙ୍କୁ ଆଇନ ଦେଖାଇବା ମୁଖ୍ୟ କାମ । ଆଜିକାଲି ସବୁଠି ଏଆଇ ଦେଖିବାକୁ ମିଳୁୁଛି । ଆହୁରି କହିଛନ୍ତି ଏଆଇ କାହାର ଚାକିରି ନେବ ନାହିଁ । ଲୋକଙ୍କ ମନରେ ଏଆଇକୁ ନେଇ ମନରେ ଭୁଲ ଧାରଣା ସୃଷ୍ଟି ହୋଇଛି ।