30.1 C
Bhubaneswar
Tuesday, June 24, 2025
Homeଓଡିଶାବିଜେଡି ଛାଡି ବିଜେପିରେ ଯୋଗ ଦେଲେ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ଶ୍ରୀ ପରମେଶ୍ୱର...

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ଶ୍ରୀ ପରମେଶ୍ୱର ସାମାଡ

 ତିରିଙ୍ଗ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ଣିମା ବରଡାଙ୍କ ସମେତ ଅନେକ ବିଜେଡି ଓ ଜେଏମ୍‌ଏମ୍ କର୍ମୀଙ୍କ ବିଜେପିରେ ଯୋଗଦାନ

 ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ କଲେ ସ୍ୱାଗତ

ଭୁବନେଶ୍ୱର,: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ଜଣେ ଯୁବ ନେତା ତଥା ସୁସଂଗଠକ ଭାବେ ପରିଚିତ ଶ୍ରୀ ସାମାଡଙ୍କ ସମେତ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ଣିମା ବରଡା, ପାଣ୍ଡୁପଲ୍ଲୀ ଗ୍ରାମପଂଚାୟତର ସରପଂଚ ସୁନ୍ଦର ମୋହନ ବାସ୍କେ, ତିରିଙ୍ଗ ଗ୍ରାମ ପଂଚାୟତ ସମିତି ସଭ୍ୟା ଅଞ୍ଜନା ବେହେରା, ବିଜେଡି ନେତା ସମୀର ମାରାଣ୍ଡି, ସୁନ୍ଦର ମୋହନ ଟୁଡୁ, ଧନାଇ ମାରାଣ୍ଡି, ରବିନ୍ଦ୍ର ବିରୁଳି, ମୋଚିରାମ ମାରାଣ୍ଡି, ନୀତିମା ସାମାଡ ପ୍ରମୁଖ ବହୁ ନେତା ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଯଦୁନାଥ ସୋରେନ, ପରେଶ ମାରାଣ୍ଡି, ଭଦ ସୋରେନ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଜେଏମ୍‌ଏମ୍ ଦଳ ଛାଡି ବିଜେପିରେ ଯୋଗଦାନ କରିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ସଂକୁଚିତ କରାଯାଉଛି । ଅନ୍ୟ ପଟେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ଗତ ୯ ବର୍ଷର ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ହେବ ବୋଲି ଶ୍ରୀ ସାମାଡ କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ମୟୁରଭଞ୍ଜ (ରାଇରଙ୍ଗପୁର ସାଂଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ନବଚରଣ ମାଝୀ, ଯଶୀପୁର ବିଧାୟକ ଇଂ.ଗଣେଷରାମ ଖୁଂଟିଆ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସଂପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking