29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ଭାରତରେ ମିଳିଲା ଅନୁମତି

ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ଭାରତରେ ମିଳିଲା ଅନୁମତି

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ମିଳିଯାଇଛି । ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ୱିଟ କରି ଦେଇଛନ୍ତି ।
ଜନସନ ଆଣ୍ଡ ଜନସନ  ନିଜ ସିଙ୍ଗଲ ସଟ୍ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କୁ ଅନୁମତି ମାଗିଥିଲା । କମ୍ପାନୀ ଏହା ପୂର୍ବରୁ ସୋମବାର କହିଥିଲା, ସେ ଭାରତରେ ନିଜ ସିଙ୍ଗଲ ଡୋଜ ବିଶିଷ୍ଟ କୋଭିଡ ଭ୍ୟାକ୍ସିନ  ଆଣଇବା ପାଇଁ ପ୍ରତିବଦ୍ଧ ଓ ଏ ସମ୍ବନ୍ଧରେ ଭାରତ ସରକାରଙ୍କ ସହିତ ଚାଲିଥିବା ଆଲୋଚନାକୁ ନେଇ ଆଶାବାଦୀ ।
କମ୍ପାନୀର ଜଣେ ଅଧିକାରୀ ଏକ ବୟାନରେ କହିଥିଲେ , ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିମିଟେଡ ୫ ଅଗଷ୍ଟ ୨୦୨୧ରେ ଭାରତ ସରକାରଙ୍କ ନିକଟରେ ସିଙ୍ଗଲ ଡୋଜ ବିଶିଷ୍ଟ କୋଭିଡ ୧୯ ଭ୍ୟାକ୍ସିନ ର ଇୟୁଏ ପାଇଁ ଆବେଦନ କରିଥିଲା । ଏହା ଏକ ମହତ୍ୱପୂର୍ଣ୍ଣ ମିଲର ପଥର, ଯାହା ବୋୟଲୋଜିକାଲ ଇ ଲିମିଟେଡ ସହିତ କମ୍ପାନୀରୁ ଭାରତର ନାଗରିକ ଓ ଅନ୍ୟ ସମସ୍ତଙ୍କ ପାଇଁ କୋଭିଡ ଭ୍ୟାକ୍ସିନର ସିଙ୍ଗଲ  ସଟ ର ବିକଳ୍ପ ଦିଏ ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନସନ ଆଣ୍ଡ ଜନସନର ଭ୍ୟାକ୍ସିନକୁ ନେଇ ବୟାନ ଦେଇଥିଲେ । ନୀତି ଆୟୋଗ ର ସ୍ୱାସ୍ଥ୍ୟ ସଦସ୍ୟ ଡ. ଭିକେ ପଲ୍ କହିଥିଲେ, ଏହି ଭ୍ୟାକ୍ସିନର ଉତ୍ପାଦନ ବାହାରେ ହେଉଛି । ଭାରତ ସରକାରଙ୍କ ପ୍ଲାନ ଅନୁସାରେ, ଏହି ଭ୍ୟାକ୍ସିନର ଉତ୍ପାଦନ ହାଇଦ୍ରାବାଦ ବାୟୋରେ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking