30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶନିୟମ ଲାଗୁ କଲେ ଜୋ ବାଇଡେନ

ନିୟମ ଲାଗୁ କଲେ ଜୋ ବାଇଡେନ

ୱାସିଂଟନ : ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ସହ ନୂତନ ନିୟମ ଲାଗୁ କରିଛନ୍ତି ଜୋ ବାଇଡେନ । ସେ କାର୍ଯ୍ୟାରମ୍ଭର ପ୍ରଥମ ଦିନରୁ ହିଁ ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିୟମକୁ ପ୍ରତ୍ୟାହାର କରିବା ସହିତ କିଛି ଆଦେଶନାମା ଜାରି କରିଛନ୍ତି ।ସେ ଶପଥ ଗ୍ରହଣ ପରେ ମୋଟ ୧୫ ଟି ଆଦେଶ ନାମାରେ ଦସ୍ତଖତ କରିଛନ୍ତି । କୋରନା ମହାମାରୀର ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେରିକାରେ ୧୦୦ ଦିନ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଦେଶରେ ପ୍ରବାସୀ ମାନଙ୍କ ପାଇଁ ନିୟମ କୋହଳ କରାଯବା ସହିତ ଅନେକ ମୁସଲିମ ରାଷ୍ଟ୍ର ମାନଙ୍କ ଉପରେ ପ୍ରତିବନ୍ଧ ହଟାଇ ଦିଆଯାଇଛି । ଯେଉଁ ନିୟମ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିଲା । ଟ୍ରମ୍ପଙ୍କ ନିୟମ ଅନୁସାରେ ୭ ଗୋଟି ମୁସଲିମ ବହୁଳ ରାଷ୍ଟ୍ର ଉପରେ ପ୍ରତିବନ୍ଧକ ଲଗାଯାଇଥିଲ । ପ୍ୟାରିସ ଜଳବାୟୁ ଚୁକ୍ତିରେ ସାମିଲ ହେବା ପାଇଁ ବାଇଡେନ ସଙ୍କେତ ଦେଇଛନ୍ତି । ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାର ପ୍ରତ୍ୟାହାରକୁ ସେ ବନ୍ଦ କରିଛନ୍ତି ।

ଏହାସହ ସେ କହିଛନ୍ତି ଯେ ସମୟ ନଷ୍ଟ ନକରି ଦେଶକୁ ବିକାଶ ଦିଗରେ ଆଗେଇବାକୁ ସେ ପ୍ରତିଶୃତି ବଦ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking