ଭୁବନେଶ୍ୱର : ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର । ଇଞ୍ଜିନିୟରିଂ ପାଠରେ ପିଲାଙ୍କୁ ଚାକିରି ମିଳୁନି । ୧୦ ବର୍ଷରେ ୩୪ ହଜାର ୪୭୧ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାତ୍ର ଚାକିରି ପାଇଛନ୍ତି ୧୫ ହଜାର ୨୮୯ । ବେକାରରେ ବସିଛନ୍ତି ୧୯ ହଜାର ୧୮୨ ଇଞ୍ଜିନିୟରିଂ ଛାତ୍ର । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସବଚନା ଦେଇଛନ୍ତି । ଅପରାହ୍ମ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ଦଳ ହଙ୍ଗାମା କରିଥିଲେ । ପ୍ରବଳ ହଟ୍ଟଗୋଳ ଭିତରେ ପୁଣି ଗୃହ ମୁଲତବି ରଖାଯାଇଛି । ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ । ପ୍ରଶ୍ନକାଳର ଆରମ୍ଭରୁ ହିଁ ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ ।