27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜେଏନ୍‌ୟୁ ବିଶ୍ୱବିଦ୍ୟାଳୟ ଆଣିଲା ନୂଆ ନିୟମ

ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ : ଜେଏନୟୁ ବିଶ୍ୱବିଦ୍ୟାଳୟ ଆଣିଲା ନୂଆ ନିୟମ । ଦେଶର ପ୍ରତିଷ୍ଠିତ ତଥା ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଏଣିକି ଧାରଣା ମନା । ଯଦି ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ କରାଯାଏ, ତେବେ ଦେବାକୁ ହେବ ଜରିମାନା । କେବଳ ସେତିକି ନୁହେଁ, ଧାରଣା ଦେଲେ ପିଲାଙ୍କୁ ୨୦ ହଜାର ଟଙ୍କା ଜରିମାନା ସହ ଆଡମିଶନ ମଧ୍ୟ ବାତିଲ କରାଯାଇପାରେ । ସେହିପରି ହିଂସାକାଣ୍ଡ ଘଟାଇଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଜେଏନୟୁରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣା ଓ ଆନ୍ଦୋଳନ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏମିତି କଠୋର ନିୟମ ଆଣିଛନ୍ତି । ଯାହାକୁ ନେଇ ବିବାଦ ମଧ୍ୟ ଉପୁଜିଛି । ୧୦ପୃଷ୍ଠାର ‘ଅନୁଶାସନ ନିୟମ ଏବଂ ଉପଯୁକ୍ତ ଆଚରଣ’ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦଣ୍ଡବିଧାନ ସ୍ଥିର କରାଯାଇଛି । ଏହା ସହିତ ଶୃଙ୍ଖଳା ଉଲ୍ଲଂଘନ ପାଇଁ ବିରୋଧ ଏବଂ ଜାଲିଆତି ପାଇଁ ଦଣ୍ଡ ସ୍ଥିର କରାଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥିର ହୋଇଥିବା ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହି ନୂଆ ନିୟମ ଫେବୃଆରୀ ୩ରୁ ଲାଗୁ ହୋଇଛି । ବିଶ୍ୱବିଦ୍ୟାଳୟରେ ବିବିସି ଡକ୍ୟୁମେଣ୍ଟାରୀ ଦେଖାଯିବା ପରେ ଯେଉଁ ବିରୋଧ ପ୍ରଦର୍ଶନ ହୋଇଥିଲା, ତା’ ପରେ ଏହାକୁ ଲାଗୁ କରାଯାଇଛି । ତେବେ ବିଶ୍ୱବିଦ୍ୟାଳୟର ଏହି ନୂଆ ନିୟମକୁ ଏବିଭିପି ସ୍ୱାଗତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking