34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଦ୍ରୌପଦୀ ମୁର୍ମୁଙ୍କୁ ଜେଏମ୍‌ଏମ୍‌ର ସମର୍ଥନ

ଦ୍ରୌପଦୀ ମୁର୍ମୁଙ୍କୁ ଜେଏମ୍‌ଏମ୍‌ର ସମର୍ଥନ

ରାଞ୍ଚି : ଭାରତର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) । ପାର୍ଟିର ସୁପ୍ରିମୋ ଶିବୁ ସୋରେନ୍ ଏହି ଘୋଷଣା କରିବା ସହ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେବା ନିମନ୍ତେ ପାର୍ଟିର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ପତ୍ରଲେଖି ନିର୍ଦ୍ଦେଶ ଦେଇଛନ୍ତି ।

୨୬ ପ୍ରତିଶତ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଝାଡ଼ଖଣ୍ଡରେ ଜେଏମ୍‌ଏମ୍ ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ବେଳେ ଶିବୁ ସୋରେନ୍‌ଙ୍କ ପୁତ୍ର ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେମାନେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର । ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିôବା ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଜେଏମ୍‌ଏମ୍ ପୂର୍ବରୁ ଅନ୍ୟ ଅଣଏନ୍‌ଡିଏ ଦଳ ଶିବସେନା ମଧ୍ୟ ଗତକାଲି ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking