30.1 C
Bhubaneswar
Tuesday, June 10, 2025
Homeଓଡିଶାଆଜିଠୁ ଝାରସୁଗୁଡ଼ା-ଦିଲ୍ଲୀ ବିମାନସେବା ବନ୍ଦ

ଆଜିଠୁ ଝାରସୁଗୁଡ଼ା-ଦିଲ୍ଲୀ ବିମାନସେବା ବନ୍ଦ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ତା’ର ସମ୍ପୂର୍ଣ୍ଣ ବିମାନ ସେବା ଅପସାରଣ କରିନେଇଛି ସ୍ସାଇସ୍‌‌ ଜେଟ୍‌‌। କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ମାର୍ଚ୍ଚ ୩୧ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରିଛି। ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଯାତ୍ରୀମାନେ ନିରାଶ ହୋଇଛନ୍ତି।

ଗତ ୨୦୨୧ ମସିହାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନବନ୍ଦରରେ ଜାତୀୟ ସ୍ତରର ଉଡାନ୍‌ ପର୍ବ ପାଳନ କରିଥିଲେ। କିନ୍ତୁ ଝାରସୁଗୁଡ଼ା ବିମାନବନ୍ଦରରରୁ ଉଡ଼ାନ ଯୋଜନା ଶେଷ ହେବା ପରେ ଧୀରେଧୀରେ ସ୍ପାଇସ୍‌‌ ଜେଟ୍‌‌ ଓ ଏଲାଏନ୍ସ ଏୟାର ତା’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଛି।

ପ୍ରଥମେ ଏଲାଏନ୍ସ-ଏୟାର ରାୟପୁର, କୋଲକାତା ବିମାନସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଥିଲା। ପରେ ଭୁବନେଶ୍ୱର ବିମାନ ଚଳାଚଳ ମଧ୍ୟ ବନ୍ଦ କରିଥିଲା। ଏବେ ପୁଣିଥରେ ଏଲାୟନ୍ସ ଏୟାର ଆସନ୍ତା ୧ତାରିଖରୁ କେବଳ ଝାରସୁଗୁଡ଼ା-ଭୁବନେଶ୍ୱର ସପ୍ତାହକୁ ତିନି ଦିନ ବିମାନସେବା ଯୋଗାଇବାକୁ ରାଜି ହୋଇଛି। ଅନ୍ୟପକ୍ଷରେ ସ୍ପାଇସ ଜେଟ୍‌‌ ପର୍ୟ୍ୟାୟକ୍ରମେ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ୱାଇ ବନ୍ଦ କରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନସେବା ବନ୍ଦ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking