24.1 C
Bhubaneswar
Wednesday, January 1, 2025
Homeଦେଶ ବିଦେଶଜେଇଇ ମେନ ୨୦୨୧ ନେଇ ଘୋଷଣା ହେଲା ତାରିଖ

ଜେଇଇ ମେନ ୨୦୨୧ ନେଇ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ:  ଜେଇଇ ମେନ ପରୀକ୍ଷା ପାଇଁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଏକ ଖୁସି ଖବର । ଜଏଣ୍ଟ ଏଣ୍ଟ୍ରାସ ବୋର୍ଡ ବୁଧବାର ଏହି ପରୀକ୍ଷା ତାରିଖ  ଘୋଷଣା କରିଛି । ବୋର୍ଡ ମୁତାବିକ, ଏହି ପରୀକ୍ଷା ୧୭ ଜୁଲାଇରେ ଅନୁଷ୍ଠିତ ହେବ । ଖାସ କଥା ହେଲା ଯେ, ଜେଇଇ ମେନ ରେଜଲ୍ଟ ୧୪ ଅଗଷ୍ଟ ରେ ଘୋଷଣା କରାଯିବ । କରୋନା ମହାମାରୀ ପାଇଁ ଏହି ପରୀକ୍ଷା ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଲମ୍ବା ସମୟ ଧରି ଏହି ପରୀକ୍ଷା ଆୟୋଜନ କରିବା ନେଇ ବିଚାର ବିମର୍ଶ ଚାଲିଛି । ଚଳିତ ଥର ୯୨୬୯୫ଛାତ୍ରଛାତ୍ରୀ ଦେଶର ୧୭୪ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଜେଇଇ ମେନ ରେ ସାମିଲ ହେବେ । ସୂଚନା ଅନୁସାରେ, ରେଜଲ୍ଟ ପ୍ରକାଶ ହେବା ପରେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ କାଉନସିଲିଂ ପୁରା ହେବ । ତେବେ କାଉନସିିଲିଂ ପ୍ରକ୍ରିୟା ୧୫ ସେପ୍ଟେମ୍ବର  ଭିତରେ ସଂପୂର୍ଣ୍ଣ କରିବା ନେଇ ଯୋଜନା ରହିଛି । ଲମ୍ବା ସମୟ ଧରି ଛାତ୍ରଛାତ୍ରୀ ଇଂଜିନିୟରିଂରେ ପ୍ରବେଶ କରିବା ପାଇଁ ହେବାକୁ ଥିବା ଏହି ପରୀକ୍ଷା ତାରିଖକୁ ଅପେକ୍ଷା କରିଥିଲେ । ଶେଷରେ ବୋର୍ଡ ପରୀକ୍ଷା ନେଇ ନିଷ୍ପତ୍ତି ନେଇଛି । ପରୀକ୍ଷା ଏପ୍ରିଲରେ ଆୟୋଜିତ ହେବାର ଥିଲା । ହେଲେ କରୋନାର ଦ୍ୱିତୀୟ ଲହର ଓ ଲକଡାଉନ ପାଇଁ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking