ମୁମ୍ବାଇ : ନିଜ ରେକର୍ଡ ନିଜେ ଭାଙ୍ଗିଲେ କିଙ୍ଗ ଖାନ। ଚାରି ଆଡ଼େ କେବଳ ଜୱାନର ଚର୍ଚ୍ଚା । ବଲିଉଡର କିଙ୍ଗ ଖାନ ବକ୍ସ ଅଫିସରେ କମାଲ କରି ଦେଇଛନ୍ତି । ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ଆୟ କରିବାରେ ସଫଳ ହୋଇଛି । ଏଥିରେ ସମସ୍ତଙ୍କର ଅଭିନୟ ବହୁତ ଭଲ ହୋଇଥିବା ବେଳେ ଅଭିନେତ୍ରୀ ନୟନତାରାଙ୍କ ଆକ୍ସନ ଦର୍ଶକଙ୍କର ମନକୁ ଜିତିଛି । ଏହାସହ ଦୀପିକା ଏବଂ ସାନ୍ୟାଙ୍କୁ ମଧ୍ୟ ଆକ୍ସନ ମୋଡ଼ରେ ଦେଖାଯାଇଛି । ‘ଜୱାନ’ ହେଉଛି ପ୍ରଥମ ବଲିଉଡ ଫିଲ୍ମ ଯାହାକୁ ରାତି ୨ଟା ରେ ରିଲିଜ କରା ଯାଇଥିଲା । ରିଲିଜ ପରେ ସିନେମା ହଲ୍ ରେ ଜବରଦସ୍ତ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମଟି ରିଲିଜ ପୂର୍ବରୁ ହିଁ ଅନେକ ପ୍ରଶଂସା ସାଉଁଟି ସାରିଥିଲା । ହେଲେ ଏହି ଫିଲ୍ମକୁ ନେଇ କିଙ୍ଗ ଖାନଙ୍କ ଉପରେ ମାମଲା ମଧ୍ୟ କରାଯାଇଥିଲା । ରିଲିଜ ପୂର୍ବରୁ ବିବାଦରେ ଫସି ଥିବା ଜୱାନ ରିଲିଜ ପରେ ସମସ୍ତଙ୍କୁ ଚୁପ କରାଇ ଦେଇଛି । ଏହି ଫିଲ୍ମରେ ଦର୍ଶକମାନଙ୍କର ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି । ଶାହରୁଖ ଖାନଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାର କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମଟି ରିଲିଜ ହେବା ପୂର୍ବେ କିଙ୍ଗ ଖାନଙ୍କ ଫ୍ୟାନ୍ସ ମାନେ ତାଙ୍କ ଫଟୋ ରେ ଫୁଲ ମାଳା ଦେଇ, ଡିଜେ ବାଜା ବଜେଇ, କେକ କାଟି ସେଲିବ୍ରେଟ କରିଥିଲେ । ଫିଲ୍ମକୁ ଦେଖବା ପାଇଁ ସକାଳ 6ଟାରୁ ହିଁ ସିନେମା ହଲ ସାମ୍ନାରେ ଭିଡ଼ ଜମାଇ ଥିଲେ ଫ୍ୟାନ୍ସ ।ଏବେ ‘ପଠାନ’ର ରେକର୍ଡ ଭାଙ୍ଗି ରେକର୍ଡ କରିଛି ‘ଜୱାନ’ । ୨୫ ଜାନୁଆରୀ ୨୦୨୩ରେ ଆସିଥିବା ଫିଲ୍ମ ‘ପଠାନ’ଙ୍କୁ ଦର୍ଶକମାନଙ୍କର ବେଶ ଭଲପାଇବା ମିଳିଥିଲା । ଶାହରୁଖ ଖାନଙ୍କ ସହ ଦୀପିକା ପାଦୁକୋନ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ । ଜନ ଅବ୍ରାହମ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଥିଲେ । ଏହି ଫିଲ୍ମଟି ଆକ୍ସନ-ରୋମାନ୍ସ ପ୍ରସଙ୍ଗରେ ତିଆରି ହୋଇଥିଲା ।ଶାହରୁଖଙ୍କ ଆକ୍ସନ ଛଡା ଏଥିରେ ବଲିଉଡର ଭାଇଜାନ ସଲମାନ ଖାନଙ୍କ ଆକ୍ସନ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା । ହେଲେ ପ୍ରଥମ ଦିନରେ ହିଁ ‘ପଠାନ’ର ରେକର୍ଡ ଭାଙ୍ଗି ଦେଇଛି ‘ଜୱାନ’ । ଶାହାରୁଖଙ୍କ ‘ଯବାନ’ ରିଲିଜ ହେବାର ପ୍ରଥମ ଦିନରେ ବମ୍ପର ରୋଜଗାର କରି ଇତିହାସ ସୃଷ୍ଟି କରିଛି । ପ୍ରଥମ ଦିନରେ ‘ପଠାନ’ ୫୫ କୋଟି ରୋଜଗାର କରିଥିବା ବେଳେ ‘ଯବାନ’ ବଲିଉଡର ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଛି । ଆଡ଼ଭାନ୍ସ ବୁକିଂର ପ୍ରଥମ ଦିନରୁ ରେକର୍ଡ ସୃଷ୍ଟି କରୁଥିବା ‘ଯବାନ’ର ପ୍ରଥମ ଦିନ ବକ୍ସ ଅଫିସରେ ୭୫ କୋଟି ଟଙ୍କା ସଂଗ୍ରହ କରିଛି । ଏହି ଫିଲ୍ମଟି ପ୍ରଥମ ଦିନରେ ୬୩ ରୁ ୬୫ କୋଟି ଆୟ କରି ‘ପଠାନ’ର ରେକର୍ଡ ଭାଙ୍ଗିଛି । ସେହିଭଳି ଚଳିତ ବର୍ଷ ‘ଗଦର-୨’, ‘ଏମଜି-୨’ ଏବଂ ‘ଜେଲର’ ଭଳି ବ୍ଲକବଷ୍ଟର ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମ ଗୁଡିକ ବକ୍ସ ଅଫିସରେ ୬୦୦ ରୁ ୭୦୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଏବେ ସମସ୍ତଙ୍କ ନଜର ‘ଜୱାନ’ର ବକ୍ସ ଅଫିସ କଲେକ୍ସନ ଉପରେ ରହିଛି ।