27.1 C
Bhubaneswar
Saturday, June 22, 2024
Homeଓଡିଶାରେଲୱେ ଟ୍ରାକରୁ ଯବାନଙ୍କ ମୃତଦେହ ଉଦ୍ଧାର

ରେଲୱେ ଟ୍ରାକରୁ ଯବାନଙ୍କ ମୃତଦେହ ଉଦ୍ଧାର

କୋରାପୁଟ : ରେଲୱେ ଟ୍ରାକରୁ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲାଣ୍ଡିଗୁଡା ନୂଆ କଲୋନୀ ନିକଟ ରେଲୱେ ଟ୍ରାକରେ । ଯବାନଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ଗତକାଲି ସକାଳେ ଯବାନ ଜଣଙ୍କ ଡ୍ୟୁଟିକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ଯବାନଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଜାଖୋଜା କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳେ ଯବାନଙ୍କ ମୃତଦେହ ରେଲୱେ ଟ୍ରାକରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅଜଣା ଗାଡ଼ି ଧକ୍କାରେ ୨ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking