41.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଯବାନ-ଆତଙ୍କବାଦୀ ମୁହାଁମୁହିଁ; ୨ କ୍ୟାପ୍‌ଟେନ୍‌ଙ୍କ ସହ ୩ ସହିଦ

ଯବାନ-ଆତଙ୍କବାଦୀ ମୁହାଁମୁହିଁ; ୨ କ୍ୟାପ୍‌ଟେନ୍‌ଙ୍କ ସହ ୩ ସହିଦ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ରଜୌରୀରେ ଆତଙ୍କବାଦୀଙ୍କ ହମଲା । ଆତଙ୍କୀ ହମଲାରେ ୨ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରଜୌରୀର ବାଜିମଲ୍‌ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ସେନା ଖବର ପାଇଥିଲା । ଖବର ପାଇବାପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ ।

ସେହିସମୟରେ ଆତଙ୍କବେଦୀଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା । କୁମ୍ବିଂ ଚାଲିଥିଲା ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିଲେ । ହେଲେ ପରେ ଆଉ ଜଣେ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ଏହି ଜଙ୍ଗଲ ଗତ କିଛି ବର୍ଷ ହେବ ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆତଙ୍କମାଦୀମାନେ ଜଙ୍ଗଲକୁ ନିଜର ସୁରକ୍ଷିତ ସ୍ଥାନ ବୋଲି ଭାବି ବ୍ୟବହାର କରୁଛନ୍ତି । ଗତ ସପ୍ତାହରେ ରଜୌରୀରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଯବାନଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking