29.4 C
Bhubaneswar
Saturday, May 4, 2024
Homeମନୋରଞ୍ଜନଅମ୍ବାନୀଙ୍କ ପ୍ରି-ଓ୍ୱେଡିଂରେ ଝଲସୁଛି ଜାମନଗର ଭେନ୍ୟୁ

ଅମ୍ବାନୀଙ୍କ ପ୍ରି-ଓ୍ୱେଡିଂରେ ଝଲସୁଛି ଜାମନଗର ଭେନ୍ୟୁ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହେଉଛି ।ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଂଟଙ୍କ ପ୍ରାକ୍ ବିବାହ ଉତ୍ସବ ଅନୁଷ୍ଠି ହେଉଛି । ଆସନ୍ତା ଜୁଲାଇ ମାସରେ ବିବାହ ଉତ୍ସବ ଅନୁଷ୍ଠିତ । ଏହା ପୂର୍ବରୁ ଚାଲିଛି ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ । ଆଜି ଏହି ଉତ୍ସବର ତୃତୀୟ ଦିନ । ଗୁଜରାଟର ଜାମନଗରରେ ଆୟୋଜିତ ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ୍, ବଲିଉଡ୍ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି । ତାଙ୍କର ଏହି ଉତ୍ସବରେ ବିଲ୍‌ ଗେଟ୍‌ସ, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପ୍‌, କତାର ସୁଲତାନଙ୍କ ଭଳି ହାଇପ୍ରୋଫାଇଲ୍‌ ଅତିଥିଙ୍କ ଭିଡ଼ ଜମିଛି। ଅମ୍ବାନୀ ପରିବାର ପକ୍ଷରୁ ହଜାରେରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ଲାଉଞ୍ଜର ବ୍ୟବସ୍ଥା କରାଯାଇଥିବା ବେଳେ ରାଜକୀୟ ପାନୀୟ ପ୍ରଦାନ କରାଯାଇଉଛି । ରଙ୍ଗବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଥିବା ବେଳେ ବହୁ ସଂଖ୍ୟରେ ଭିଆଇପି କାର ବିମାନବନ୍ଦର ନିକଟରେ ରହିଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଗୁଜରାଟ ଜାମନଗର୍ ରିଲାଏନ୍ସ ଟାଉନସିପରେ ଚାଲିବ ପ୍ରି ୱେଡିଂ ସେଲିବ୍ରେସନ୍। ଏଥିପାଇଁ ରଙ୍ଗୀନ ଆଲୋକମାଳା ଓ ଲେଜର ଲାଇଟ୍ ଶୋରେ ଝଲସୁଛି ପୂରା ଜାମନଗର ଭେନ୍ୟୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking