ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ୩ଜି ଓ ୪ଜି ଇଣ୍ଟର୍ନେଟ୍ ସେବା ଉପରେ ଲାଗୁ ହୋଇଥିବା ନିଷେଧାଦେଶକୁ ଫେବ୍ରୁଆରି ୨୪ଯାଏଁ ବଢ଼ାଇ ଦିଆଯାଇଛି। ରବିବାର ଦିନ ଜମ୍ମୁ ଓ କଶ୍ମୀର ସରକାର ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ୩ଜି ଓ ୪ଜି ସେବା ଉପରେ ଜାରି ହୋଇଥିବା ନିଷେଧାଦେଶ ଉପରେ ଜମ୍ମୁ ଓ କଶ୍ମୀର ସରକାର ସ୍ପଷ୍ଟିକରଣ ବି ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଗୁଜବ ପ୍ରସାର କରି ଶାନ୍ତିଶୃଙ୍ଖଳା ଭଙ୍ଗ କରାଯାଉଥିବାରୁ ଏ ଭଳି ପଦକ୍ଷେପ ନିଆଯାଇଛି। ଇଣ୍ଟର୍ନେଟ୍ର ଅପବ୍ୟବହାର ନ କରିବାକୁ ମଧ୍ୟ ଏହି ନୋଟିସ୍ରେ ଦର୍ଶାଯାଇଛି ।ପ୍ରକାଶ ଥାଉ କି ଧାରା ୩୭୦ ଉଚ୍ଛେଦ ସମୟରୁ ଜମ୍ମୁ ଓ କଶ୍ମୀରରେ ୫ ମାସରୁ ଅଧିକ ସମୟ ଇଣ୍ଟର୍ନେଟ୍ ସେବା ବନ୍ଦ ରହିଥିଲା। ଜାନୁଆରି ୨୪ ତାରିଖ ଠାରୁ ୨ଜି ଓ ପୋଷ୍ଟ୍ପେଡ୍ ମୋବାଇଲ୍ ସେବା ଆରମ୍ଭ ହୋଇଥିଲା।କିନ୍ତୁ, ୧୪୦୦ରୁ ଅଧିକ ‘ହ୍ଵାଇଟ୍ଲିଷ୍ଟ୍ ଓ୍ଵବ୍ସାଇଟ୍’ ପାଇଁ ୨ଜି ଇଣ୍ଟର୍ନେଟ୍ ସେବା ପୂର୍ବ ଭଳି ଚାଲୁ ରହିଛି।
https://onakhabar.com/2020/02/16/bus-accident-9-dead/