28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରାଣସୀଠାରେ ୧୨ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦ୍‍ଘାଟନ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଜି ଦିନ ବ୍ୟାପି କାର‌୍ୟ୍ୟକ୍ରମରେ ବିଭିନ୍ନ ସଭାସମିତିରେ ମଧ୍ୟ ଯୋଗଦେବେ। ସେ ଶ୍ରୀ ଜଗଦ୍‍ଗୁରୁ ବିଶ୍ୱ ଆରାଧ୍ୟ ଗୁରୁକୁଳର ଶତବାର୍ଷିକ ସମାରୋହ ଉଦ୍‍ଯାପନ ଉତ୍ସବରେ ମଧ୍ୟ ଅଂଶ ଗ୍ରହଣ କରିବେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବୈଦିକ ଗବେଷଣା କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ମୃତି କେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପଣ୍ଡିତ ଉପାଧ୍ୟାୟଙ୍କ ୬୩ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମାର ଅନାବରଣ କରିବେ। ଏହାଛଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ତକଳା ସଂକୁଳଠାରେ ଆୟୋଜିତ ଦୁଇଦିନିଆ ‘କାଶୀ ଏକ ରୂପ ଅନେକ’ ନାମରେ ଏକ ଦୁଇଦିନିଆ ପ୍ରଦର୍ଶିନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବାର କାର‌୍ୟ୍ୟକ୍ରମ ରହିଛି। ଉତ୍ତରପ୍ରଦେଶରେ ଉତ୍ପାଦିତ ହେଉଥିବା ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ସିଧାସଳଖ ଆନ୍ତର୍ଜାତିକ ବଜାରକୁ ପଠାଇବା ପାଇଁ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking