ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠେଇବା ସମୟରେ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କୁ ଖୁବଶୀଘ୍ର ସେମାନଙ୍କ ଘରକୁ ସ୍ଥାନାନ୍ତର କରାଯିବ। ସେହିଠାରେ ହିଁ ଉଭୟଙ୍କୁ ପୂର୍ବଭଳି ଅଟକ ରଖାଯାଇପାରେ। ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏଭଳି ସୂଚନା ମିଳିଛି। ଆସନ୍ତା ରବିବାର ମଧ୍ୟରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ବାସଭବନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ତେବେ ଉଭୟ ପୂର୍ବଭଳି ଗୃହବନ୍ଦୀ ହୋଇ ରହିବେ ନା ସେମାନଙ୍କୁ ଅଟକ ଦଣ୍ଡରୁ ମୁକ୍ତ କରାଯିବ, ସେକଥା ସ୍ପଷ୍ଟ ହୋଇନାହିଁ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠେଇବା ପୂର୍ବଦିନ ରାତିରୁ ହିଁ ଉଭୟଙ୍କୁ ଅଟକ ରଖାଯାଇଥିଲା। ଏବେ ସେମାନେ ରାଜ୍ୟ ଗେଷ୍ଟ ହାଉସରେ ରହିଛନ୍ତି।ଏମାନଙ୍କୁ କେବେ ଛଡ଼ା ଯିବ ସେକଥା ସଠିକ ଜଣାପଡ଼ିନାହିଁ। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବ୍ୟତୀତ ଫାରୁକ ଅବଦୁଲ୍ଲା ଓ ଶତାଧିକ କଶ୍ମୀର ରାଜନେତାଙ୍କୁ ମଧ୍ୟ ପ୍ରଶାସନ ଅଟକ ରଖିଥିଲା।
https://onakhabar.com/2020/02/07/nirvaya-case-8/