28.1 C
Bhubaneswar
Tuesday, November 19, 2024
Homeଓଡିଶାବାଦୀପଡ଼ା-ସଇଁନ୍ତଳା ବ୍ରିଜ୍ ନିର୍ମାଣ ଦାବି : ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

ବାଦୀପଡ଼ା-ସଇଁନ୍ତଳା ବ୍ରିଜ୍ ନିର୍ମାଣ ଦାବି : ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

ସଇଁନ୍ତଳା: ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ଅବହେଳା ଯୋଗୁଁ ୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସଇଁନ୍ତଳା- ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ଏ ନେଇ ଆଜି କୋଶଳ ରାଜ୍ୟ ଯୁବ ସମନ୍ୱୟ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ ସହ ରାଜପଥ ଆନ୍ଦୋଳନ କରାଯାଇଥିଲା । ପୂବରେୁ ଏନେଇ ଅନେକ ଥର ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ଆନ୍ଦୋଳନ କରିଥିଲେ । ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ବର୍ଷା ପୂର୍ବରୁ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମାତ୍ର ସମ୍ପୂର୍ଣ୍ଣ ନ ହେବାରୁ ଆଜି କୋଶଳ ରାଜ୍ୟ ଯୁବ ସମନ୍ୱୟ ସମିତି ସଇଁନ୍ତଳା ଶାଖା ସଭାପତି ଶାନ୍ତନୁ ରଣାଙ୍କ ନେତୃତ୍ୱରେ କୋଶଳ ସମନ୍ୱୟ ରାଜ୍ୟ ସାଧାରଣ ସଂପାଦକ ସିପୁନ ଖମାରି, ଜିଲ୍ଲା ଯୁବ ସଭାପତି ବନମାଲୀ ନାଏକ, ଗିରିଜା ଭୋଇ, ଜର୍ନାଦନ ସିଂ ,ଜିତୁ ନାଏକ, ରବୀନ୍ଦ୍ର ଥପା, ବୁଲୁ ବଗର୍ତ୍ତି, ଆନନ୍ଦ ନିଆଲ, ବବୁଲୁ ବୁଡେକ, ବଲଦେବ ସିଂ,ଟୁନା ଦେଓ, ରାଜ ମାଝୀ, ସରୋଜ ମିତାଳ ପ୍ରମୁଖଙ୍କ ସମେତ ଅଞ୍ଚଳର ଶତାଧିକଙ୍କ ଉପସ୍ଥିତିରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । କିନ୍ତୁ ଦୀର୍ଘ ଘଣ୍ଟା ଧରି ଆନ୍ଦୋଳନ କରାଯାଇ ଥିବା ବେଳେ ପ୍ରଶାସନ ପହଂଚି ନ ଥିଲା ଶେଷରେ ଲୋକେ ବାଧ୍ୟ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ସହ ଖୁବଶୀଘ୍ର ବ୍ରିଜ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ବିଡିଓ ଚନ୍ଦ୍ରମଣି ନାଗ ଓ ତହସିଲଦାର ସୁରେନ୍ଦ୍ର ମେହେରଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ପ୍ରଥମେ ସ୍ଥାନୀୟ ଚଣ୍ଡୀ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବାଦୀପଡ଼ା ବ୍ରିଜ ରେ ପହଞ୍ôଚ ଆନ୍ଦୋଳନ ଆରମ୍ଭ କରାଯାଇ ଥିଲା । ସୂଚନାଯୋଗ୍ୟ ଯେ,

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାନ୍ଥ ନଦୀ ବ୍ରିଜ୍ ଦୀର୍ଘ ବର୍ଷ ପରେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ନାହିଁ । ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ଯ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି ଯେ, ବାଦୀପଡା ନିକଟରେ ଉକ୍ତ ନଦୀ ଉପରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଗତ ୧୮/୦୨/୨୦୧୬ରୁ ଆରମ୍ଭ ହୋଇଥିବା ବେଳେ ଏହି ପୋଲ ନିର୍ମାଣ କାର୍ଯ୍ୟ ଗତ ୧୪/୦୫/୨୦୧୮ ମସିହାରେ ସମାପ୍ତ ହେବା କଥା । ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଥାନାଧିକାରୀ ଅବନୀ ସାହୁ ଓ ପୁଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ , ବିଜେପି ନେତା ମହେନ୍ଦ୍ର ଠାକୁର ,ବ୍ଲକ୍ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ପୂର୍ବତନ ସରପଞ୍ଚ ମକୁନ୍ଦ ନାଗ, ପୂର୍ବତନ ସରପଞ୍ଚ ଉତ୍ତମ ପଟେଲ, ପୂର୍ବତନ ସରପଞ୍ଚ କପିଳାସ ଦୋରା, ଲକ୍ଷେସ୍ୱର ସାହୁଙ୍କ ସମେତ କୋଶଳ ସମନ୍ୱୟ ସମିତି ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking