ଯାଜପୁର: ଯାଜପୁର ରୋଡ ଆଦର୍ଶ ଥାନା ପୋଲିସ ଗୁରୁବାର ମୋବାଇଲ ଚୋରି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।ଚୋରି ହୋଇଥିବା ଅଭିଯୋଗ ରେ ଗତକାଲି ମୋବାଇଲ ଟ୍ରାକ୍ କରି ଯାଜପୁର ରୋଡ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଦୁଇଟି ଏଲିଡି ଟିଭି ସହ ୮ ଟି ମୋବାଇଲ ଫୋନ ଜବତ ହୋଇଛି ।ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଯାଜପୁର ରୋଡ ଥାନା କାଚହୁଡି ସାହିର କୁନା ଦେଉରି(୨୫)ଓ ସୋବରା ଗ୍ରାମର ଫୁକୁନ ମୁଦୁଲି (୨୭) ଏ ସଂକ୍ରାନ୍ତ ରେ ମାମଲା ନଂ୯୦/୨୩ ରୁଜୁ ହୋଇଛି । ପୁଲିସ ସୂଚନା ମୁତାବକ ହୁଡିସାହିର ଅନେକ ଲୋକମାନଙ୍କ ଘରୁ ବିଭିନ୍ନ ସମୟରେ ଟିଭି ଓ ଅନ୍ଯାନ୍ଯ ସାମଗ୍ରୀ ଚୋରି ହୋଇଥିବା ନେଇ ଯାଜପୁର ରୋଡ ଥାନାରେ ଅଭିଯୋଗ ହୋଇଥିଲା। କିଛି ମୋବାଇଲ ବ୍ୟବହାର ହେଉଥିବାର ପୋଲିସ ଯାଣିବା ପରେ ତାକୁ ଟ୍ରାକିଙ୍ଗ କରି ଚୋରଙ୍କ ପାଖରେ ପହଞ୍ଚି ଥିଲା ପୋଲିସ।
ଗତକାଲି ପୋଲିସ ର ଏକ ଟିମ୍ ଉପରୋକ୍ତ ଦୁଇ ଅଭିଯୁକ୍ତ ଙ୍କ ଘର ଉପରେ ଚଢାଉ କରି ସେମାନଙ୍କୁ ଉଠାଇ ଆଣିଥିଲା। ପଚରାଉଚରା ପରେ ସେମାନଙ୍କ ଠାରୁ ଦୁଇଟି ଏଲିଇଡି ଟିଭି ସହ ୬ଟି ମୋବାଇଲ ଜବତ କରିଥିଲା। ଉଭୟ ବିଭିନ୍ନ ସମୟରେ ଚୋରି ଅଭିଯୋଗ ରେ ପୂର୍ବରୁ ଗିରଫ ହୋଇଥିଲେ। ଜେଲ୍ ରୁ ଫେରିବା ପରେ ପୁଣି ମୋବାଇଲ ଚୋରି ରେ ଲିପ୍ତ ଥିବା ପୋଲିସ କହିଛି ।ଉଭୟଙ୍କୁ ଦଫା ୩୮୦,୩୫୭,୪୧୧ ଆଇପିସିରେ କୋର୍ଟ ଚାଲାଣ କରାଯାଇଥିବା ଥା ନା ଅଧିକାରୀ ଉପେନ୍ଦ୍ର କୁମାର ବିଭିନ୍ନ ଗଣ ମାଧ୍ୟ୍ୟମ କୁ ସୂଚନା ଦେଇ ଛନ୍ତି