ଯାଜପୁର : ପୌର ନିର୍ବାଚନ ଚୟନ କେବେ ହେବ ସରକାର ସ୍ଥିର କରିନାହାନ୍ତି । କିନ୍ତୁ ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦର ନିର୍ବାଚନ ପାଇଁ ବିଜେପି ତାର ସଙ୍ଘଟନକୁ ସୁଦୁଢ଼ କରିବାକୁ ବିଭିନ୍ନ ୱାର୍ଡରେ ବୈଠକ କରୁଥିବାର ଦେଖାଯାଉଛି । ବିଜେପିର ସଭ୍ୟ ସଂଗ୍ରହ କରୁଛି । ପୌରପରିଷଦର ଲାଗି ରହି ଥିବା ସମସ୍ୟାକୁ ଲୋକଲୋଚନକୁ ଆଣିବା ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପୌର ବାସିଙ୍କୁ ଅବଗତ କରୁଛି । ସହରର ରାସ୍ତା, ଘାଟ, ଡ୍ରେନ ବଳି ବହୁ ସମସ୍ୟା ରହିଛି । ବର୍ଷା ହେଲେ ବର୍ଷା ପାଣି ନିଷ୍କାସନ ହୋଇପାରୁନି । ବର୍ଷା ପାଣି ସହିତ ନର୍ଦମା ପାଣି ମିଶି ଦିନ ଦିନ ଧରି ନିଷ୍କାସନ ହୋଇପାରୁ ନ ଥିବାରୁ ସହରବାସୀ ହତସନ୍ତ. ହେଉଛନ୍ତି । ପରିମୂଳ ସମସ୍ୟା ଲାଗି ରହିଛି । ଏହି ସମସ୍ୟା ମାନକୁ ନେଇ ଲୋକଙ୍କ ପାଖକୁ ବିଜେପି ଯାଉଛି । ବିଗତ ଦିନରେ କଂଗ୍ରେସ ଓ ବିଜେଡି ପୌର ପରିଷଦରେ ଶାସନ କରୁ ଥିଲେ । ସହର ବିକାଶ ପରିବର୍ତେ ବିନାଶ କରିଛନ୍ତି । ବିଜେଡି ନିଜ ଦଳର ଅଧ୍ୟକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ବାରମ୍ବାର ଆଣି ପୌର ପରିଷଦର କାର୍ଯ୍ୟକଳାପ ଶେଷ ହୋଇ ଗଲା । ସହରର ବିକାଶରେ ବାଧ୍ୟକ ସାଜିଲା ଅନାସ୍ଥା ଆଣି କାଉନସିଲମାନେ ମାଲ ମାଲ ହେଲେ ସହରର ବିକାଶ କଥା ଭୁଲି ଗଲେ । ତେଣୁ ବିଜେପିକୁ ଏଥର ଥରେ ସୁଯୋଗ ଦେହି ପୌରଶାସନ ଭାର ଦିଅ ଦେହି ଦେଖ ବୋଲି ବିଜେପିର ନେତୃ ବୃନ୍ଦ ସହର ବାସୀଙ୍କ ନିକଟରେ ଅପିଲ କରି ବିକାଶର କଥା କହୁଛନ୍ତି। ବ୍ୟାସନଗର ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ ସଙ୍ଘଟନକୁ ମଜବୁତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ବିଜେପିର ମିଶ୍ରଣ ପର୍ବ ଜାରିରକ୍ଷୀଛନ୍ତି ଓ କୋରାଇ ବିଧାନସଭା ପ୍ରାଥୀ ବିଶ୍ବଜିତ ନାୟକ ନେତୃତ୍ୱରେ ପୌର ପରିଷଦ ନିର୍ବାଚନ ବୈତରଣୀ ନଦୀ ପାର ହେବା ପାଇଁ ସଂଘଠନ ଉପରେ ଗୁରୁତ୍ୱ ଦିଆଯାଉଛି। 24ନମ୍ବର 8ନମ୍ବର ୱାର୍ଡ଼ ପ୍ରଭୁତି ରେ ବୈଠକମାନ ହୋଇ ସଂଘଠନ ଓ ୱାର୍ଡ ସମସ୍ୟା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଯୁବନେତା ବିକ୍ରମ ବିଶ୍ୱାଳ, ନାରୀ ନେତ୍ରୀ ଇତିଶ୍ରୀ ଜେନା, ଶର୍ମିଲା ଦେଓ, ନିରଂଜନ ଘଡେଇ, ତାରିଣୀ ଦାସ, ଦୀପକ ସେନଗୁପ୍ତା ପ୍ରଭୁତି ବହୁଯୁବନେତା ପୌର ପରିଷଦରେ ବିଜେପି ହାତକୁ ଆଣିବାକୁ ଗୋଟି ଚଳାଉଛନ୍ତି ଅନ୍ୟ ପଟରେ ବରିଷ୍ଠ ବିଜେପି ନେତାମାନେ ମୌନ ବ୍ରତ ଅବଲମ୍ବନ କରୁ ଥିବାରୁ ସଂଘଠନ ଆଗେଇ ପାରୁନାହଁ । ଏହି ପୌର ପରିଷଦରେ ବିଜେଡି ଓ କଂଗ୍ରେସ ଦୁର୍ଗ କେତେ ଦୂରୁ ଭାଙ୍ଗି ପାରିବେତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।
ଏହି ପୌର ପରିଷଦକୁ ହାତେଇବ ପାଇଁ ଯାଜପୁର ବିଧାୟକ ବବିବାବୁ (ପ୍ରଣବ ପ୍ରକାଶ ଦାସ ଓ ସୁକିନ୍ଦା ବିଧାୟକ ଡାନି ବାବୁ (ପ୍ରିତିରଞ୍ଜନ ଘଡ଼ାଇ )ଙ୍କ ଗୋଟି ଚାଳନକୁ ବିଜେପି କେତେ ଦୂର ସମ୍ମୁଖୀନ ହେବ ତାହା ସମୟ କହିବ। ଏହି ଦୁଇ ନେତାଙ୍କ ପ୍ରଭାବ ବ୍ୟାସନଗର ତଥା କୋରାଇ ନିର୍ବାଚନ ମଣ୍ଡଳୀରେ ଅଖଣ୍ଡ ରହିଛି । ସେମାନଙ୍କର ସଂଘଠନ ମଧ୍ୟ ରହିଛି । ପ୍ରିତିରଂଜନ ଘଡ଼ାଇ କୋରାଇ ବିଧାୟକ ଥିଲେ ବିକାଶ କରି ଥିବାରୁ ଏବେବି କୋରାଇ ବାସୀମନରେ ରହିଛନ୍ତି । ଅନ୍ୟପକ୍ଷରେ ଯାଜପୁର ବିଧାୟକ ବବି ବାବୁଙ୍କ ପିତା ସ୍ୱର୍ଗତ ଅଶୋକ କୁମାର ଦାସ ଲଗାତାର ଭାଵରେ ପାଞ୍ଚ ଥର ବିଧାୟକ କୋରାଇ ଥିଲେ ବବି ବାବୁଙ୍କ ପ୍ରତି କୋରାଇ ବାସୀଙ୍କ ଆସ୍ତା ରହିଛି। ବିଭିନ୍ନ ସମସ୍ୟା ନେଇ କୋରାଇ ବାସୀ ବବି ବାବୁ ନିକଟକୁ ଯାଉଛନ୍ତି । କୋରାଇରେ ବବି ବାବୁଙ୍କ ଏକ ପ୍ରକାର ରାଜ ଚାଲିଛି କହିଲେ ଚଳେ । ସେହି ଭଳି କଂଗ୍ରେସର ପୃର୍ବ ତନ ବିଧାୟକ ତଥା ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ବିଦ୍ୟା ଧର ମହାନ୍ତି ପୂର୍ବତନ ରସାନନ୍ଦ ମହାନ୍ତି, ବନ୍ଦିତା ପରିଡା ସମେତ ବହୁ ଟାଣୁଆ ନେତାଙ୍କ ଭାଵ ମୂର୍ତ୍ତି ସହର ବାସୀଙ୍କ ନିକଟରେ ଭଲ ରହି ଥିବାରୁ ପୌର ନିର୍ବାଚନକୁ ସାମ୍ନା କରିବାକୁ ବିଜେପି ପକ୍ଷେ କଷ୍ଟ କର ବ୍ୟାପାର ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କର ନାମରେ ପାର ହେବା ପାଇଁ ବିଜେପି ଆଶା ରଖିଛି। କିନ୍ତୁ ମୋଦି ଜି ଙ୍କର ଯାଦୁ ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଯୋଜନା ଓ କୌଶଳ ଆଗରେ କେତେ ସଫଳତା ପାଇବ ତାହା ପ୍ରଶ୍ନ ବାଚୀ ! ବିଜେପି ପୁରୁଖା ଟାଣୁଆ ନେତାମାନେ ନିରବ ରହୁଥିବାରୁ ବିଜେପିର ଶକ୍ତି ବୃଦ୍ଧି ପାଉ ନାହଁ। ବିଜେପିର ପୁରୁଖା ନେତାମାନେ ଯୁବ ନେତା ଓ କର୍ମୀ ମାନଂକୁ ପରାମର୍ଶ ଦେବା ସଂଗେ ଆଗକୁ ବାହାରିଲେ ସଂଗଠନ ସୁଦୁଢ଼ ହେବା ସଂଗେ ବିଜେଡ଼ି ଓ କଂଗ୍ରେସକୁ ଟକର ଦେଇ ପାରିବେ ନିଜ ନିଜ ମଧ୍ୟରେ ବିଜେପି ପାଇଁ ଛୋଟ ବଡ଼ ମନ ଭାବ ଭୁଲି ଏକ ହୋଇ ସଂଘଠନକୁ ସୁଦୁଢ଼ କଲେ ଏହି ପୌର ପରିଷଦ ନିର୍ବାଚନରେ ବିଜେଡି ଓ କଂଗ୍ରେସକୁ ମୁକାବିଲା କରି ପାରିବ। ବିଜେପିର ରାଜ୍ୟ ସ୍ତରୀୟ ନେତାମାନେ ଏହି ଜିଲ୍ଲାର ଦୁଇଟି ପୌର ପରିଷଦର ନିର୍ବାଚନ ସମୟରେ ଭୋଟରମାନଙ୍କ ଆସ୍ତା ଭାଜନ ପାଇଁ ସହର ଫ୍ଲାଏ ଓଭର ବ୍ରିଜ, ରେଳ ଡିଭିଜନ କେନ୍ଦ୍ର ଅନୁଦାନ ପ୍ରଭୁତି ବିଭିନ୍ନ ସମସ୍ୟାକୁ ଦୂରୀକରଣ କରିବାକୁଦୃଢ ପ୍ରତିଶୃତି ଦେବା ସହିତ କେନ୍ଦ୍ର ସରକାର ସହର ଚଳ ଯୋଜନାରେ ଏହିସହରକୁ ଅନ୍ତର୍ଭୂକ୍ତ କଲେ ବିଜେପି ଫାଇଦା ନେଇପାରେ ଓ ବିଜେପି ନିକଟରେ ସହର ବହୁ ଇସୁ ରହଛି ଏହି ଇସୁକୁ ସଂଗଠନ ମାଧମରେ ଉପସ୍ଥାପ କରି ଜନ ଜାଗରଣ କରିପାରିଲେ ବ୍ୟାସନଗରରେ ବିଜେପିକୁ ଫାଇଦା ମିଳପାରେ ବିଜେଡ଼ି ଓ କଂଗ୍ରେସକୁ ମୁକାବିଲା ବା ପରିସ୍ଥିତି ଆସି ସଫଳ ହୋଇପାରେ।