34.1 C
Bhubaneswar
Friday, March 29, 2024
Homeଓଡିଶାପୁଣି ଲେଉଟିଲା ଝାଡ଼ଖଣ୍ଡି ହାତୀପଲ, କରଞ୍ଜିଆ ଅଞ୍ଚଳବାସୀ ଆତଙ୍କିତ

ପୁଣି ଲେଉଟିଲା ଝାଡ଼ଖଣ୍ଡି ହାତୀପଲ, କରଞ୍ଜିଆ ଅଞ୍ଚଳବାସୀ ଆତଙ୍କିତ

ମୟୁରଭଞ୍ଜ : ଦେଢ଼ ମାସର ବ୍ୟବଧାନ ପରେ ପୁଣି ଲେଉଟିଲା 17 ଟିକିଆ ଝାରଖଣ୍ଡି ହାତୀପଲ । ଗତ ରାତିରେ ସୀମାନ୍ତ ଜିଲ୍ଲା କେନ୍ଦୁଝରରୁ ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପ୍ରବେଶ କରିଛନ୍ତି ହାତୀପଲ । ବର୍ତ୍ତମାନ ସମୟରେ ବିଲରେ ଧାନ ପାଚିବାକୁ ଥିବାବେଳେ କେତେକାଂଶରେ ଅମଳ ସମୟ ଆସିଲାଣି ଯାହାଫଳରେ ହାତୀପଲ ଫସଲ ଖାଇବା ସହିତ ମାଡିଦଳି ନଷ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ହାତୀ ଭୟରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲଙ୍କୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ। ତେବେ ଏହି ହାତୀପଲ ପୂର୍ବରୁ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନଥିବା ବେଳେ ପୁଣି ହାତୀ ଉପସ୍ଥିତି ସ୍ଥାନୀୟ ଲୋକମାନଙ୍କୁ ଛାନିଆ କରିପକାଉଛି। ତେବେ ତୁରନ୍ତ କ୍ଷତିପୂରଣ ଅର୍ଥ ଯୋଗାଇ ଦେବା କଥା ସରକାର କହୁଥିବା ବେଳେ ବାସ୍ତବରେ କ୍ଷତିଗ୍ରସ୍ତଙ୍କୁ ବର୍ଷାଧିକ ସମୟ ଅତିକ୍ରାନ୍ତ ପରେବି ମିଳୁନି କ୍ଷତିପୂରଣ ଅର୍ଥ। ଏହି ଉଦ୍ଧେଶ୍ୟମୂଳକ ବିଳମ୍ବ ପାଇଁ ସରକାର ନା ବନବିଭାଗର ନିଷ୍କ୍ରିୟତା ଦାୟୀ ବୋଲି ପ୍ରଶ୍ନ ଉଠୁଛି। ସେହିପରି ଏଭଳି ଇଚ୍ଛାକୃତ ବିଳମ୍ବକୁ ନେଇ କ୍ଷତିଗ୍ରସ୍ତମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking