30.1 C
Bhubaneswar
Thursday, April 25, 2024
Homeଓଡିଶା୨୧୧ ଦିନରେ ଦେଶର ସାଢ଼େ ପଚିଶ ଲକ୍ଷ ପରିବାରଙ୍କ ନିକଟରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନ

୨୧୧ ଦିନରେ ଦେଶର ସାଢ଼େ ପଚିଶ ଲକ୍ଷ ପରିବାରଙ୍କ ନିକଟରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନ

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳ ପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ମାର୍ଚ୍ଚ ୨୧ତାରିଖ ଠାରୁ ଆଜକୁ ଦୀର୍ଘ ୨୧୧ଦିନ ଧରି ନିଜସ୍ଵ ପ୍ରଚେଷ୍ଟାରେ ଦେଶର ବିଭିନ୍ନ ଶାଖା ମାନଙ୍କ ଜରିଆରେ ନିଆରା ଢଙ୍ଗରେ ଲୋକମାନଙ୍କୁ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଦଶରଥପୁର ବ୍ଲକ ଅନ୍ତର୍ଗତ ଖାନନଗର ଓ ନିଜାମପୁର ପଞ୍ଚାୟତର ବିଭିନ୍ନ ସ୍ଥାନମାନଙ୍କରେ ମାସ୍କ, ସାବୁନ,ସାନିଟାଇଜର,ହ୍ୟାଣ୍ଡ ଗ୍ଲୋବସ,ଵ୍ଲିଚିଂ ପାଉଡର ଆଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା। ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,କଳାକାର ଶଶୀକାନ୍ତ ପଣ୍ଡା, ମାନସ ସେଠ ଆଦି ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ୨୧୧ଦିନ ମଧ୍ୟରେ ସମସ୍ତ ଶାଖା କାର୍ଯ୍ୟାଳୟ ଜରିଆରେ ସମଗ୍ର ଭାରତ ବର୍ଷରେ ପ୍ରାୟ ସାଢ଼େ ପଚିଶ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଏହି ସଂଗଠନ ସେବା ଯୋଗାଇ ଦେଇଛି ବୋଲି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking