27.1 C
Bhubaneswar
Sunday, March 16, 2025
Homeଓଡିଶା ଚିକିତ୍ସାରେ ଅବହେଳାରୁ ଯୁବ ସମାଜସେବୀଙ୍କ ମୃତ୍ୟୁ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ

 ଚିକିତ୍ସାରେ ଅବହେଳାରୁ ଯୁବ ସମାଜସେବୀଙ୍କ ମୃତ୍ୟୁ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ

ଯାଜପୁର :କୁହାଯାଏ ଚିକିତ୍ସକ ହେଉଛନ୍ତି ଦ୍ଵିତୀୟ ଭଗବାନ।ତେବେ ସେହି ଭଗବାନ ଯଦି ବହୁ ମାତ୍ରାରେ ଅର୍ଥ ପିପାସୁ ହୋଇ ଉଠନ୍ତି ତେବେ ସମାଜର ଅବସ୍ଥା ନିମ୍ନଗାମୀ ହୋଇଥାଏ।ସରକାରଙ୍କର ବିନା ଅଙ୍କୁଶରେ ବେସରକାରୀ ଭାବରେ କଟକ ସହର ଉପକଣ୍ଠରେ ଖୋଲିଛି ଅନେକ ଚିକିତ୍ସାଳୟ। ଚିକିତ୍ସକ ତଥା ଦଲାଲ ମାନଙ୍କ ମିଳିତ ସହାୟତାରେ ସାଧାରଣ ଜନତାଙ୍କ ପକେଟ କାଟିବାଭଳି ଘଟଣା ଦେଖିବାକୁ ମିଳୁଛି ଏହି ଚିକିତ୍ସାଳୟ ମାନଙ୍କରେ। ଏହିଭଳି ଏକ ସନ୍ଦିହାନ ଘଟଣା ଘଟିଛି କଟକ ସହର ଉପକଣ୍ଠସ୍ଥ ଚାଣକ୍ୟ ହସ୍ପିଟାଲରେ।ଉକ୍ତ ଚିକିତ୍ସାଳୟରେ ସ୍ଥାନୀୟ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ବର୍ଷିୟାନ ଯୁବ ସମାଜସେବୀ କିଶୋର ଚନ୍ଦ୍ର ଦାସ(୪୩) ଗତ ୯ଜୁନ ୨୦୨୧ମହିହାରେ ଚିକିତ୍ସିତ ହେଉଥିଲେ।ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ପରୀକ୍ଷା କରାଇବା ଆଳରେ ମୋଟା ଅଙ୍କରେ ଅର୍ଥ ଦାବୀ କରାଯାଉଥିଲା।

ଏବଂ ଏହି ଅର୍ଥ ବ୍ୟୟ ବରାଦରେ ଯେଉଁ ପରୀକ୍ଷା ମାନ କରାଯାଉଥିଲା ତାହାର କୌଣସି ରସିଦ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଉ ନଥିଲା।ଅର୍ଥ ପିପାସୁ ଚିକିତ୍ସକମାନେ ଅର୍ଥ ଲୋଭରେ ଚିକିତ୍ସାରେ ସମ୍ପୂର୍ଣ୍ଣ ଭାବରେ ଅବହେଳା କରି ଶେଷରେ ଗତ ୧୪ତାରିଖ ଦିନ ରାତ୍ରୀ ଆଠଘଟିକା ସମୟରେ ମାରିଦେଲେ ରୋଗୀକୁ।ଏଭଳି ସନ୍ଦିହାନ ଅଭିଯୋଗ ଆଣିଛନ୍ତି ଉକ୍ତ ଚିକିତ୍ସାଳୟରେ ଥିବା ରୋଗୀଙ୍କ ସହଯୋଗୀ ତଥା ଗ୍ରାମବାସୀ ମାନେ।ଏ ସମ୍ପର୍କରେ ସ୍ଥାନୀୟ ଥାନାଧିକାରୀଙ୍କୁ ଅବଗତ କରାଇଥିଲେ ଚିକିତ୍ସିତଙ୍କ ସମ୍ପର୍କୀୟମାନେ ।ଆଜକୁ ଦୀର୍ଘ ଏଗାରଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ।

ତେବେ ଏହି ଅସନ୍ତୋଷ କ୍ରମଶଃ ସାଧାରଣ ଜନତାଙ୍କ ମଧ୍ୟରେ ଦାନା ବାନ୍ଧିବାରେ ଲାଗିଛି।ଆଜି ଦିବଙ୍ଗତ ଯୁବ ସମାଜସେବୀ କିଶୋର ଚନ୍ଦ୍ରଙ୍କ ଏକାଦଶାହ ଓ ସ୍ମୃତିଚାରଣ ସଭାରେ ଏକତ୍ରିତ ହୋଇଛନ୍ତି ସମସ୍ତ ଗ୍ରାମବାସୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ବିହୀତ ପଦକ୍ଷେପ ଗ୍ରହଣ ନିମନ୍ତେ ଦାବୀ ରଖିଛନ୍ତି।ଏହା କରା ନ ଗଲେ ସମସ୍ତ ଗ୍ରାମବାସୀଙ୍କ ସମେତ ସାରା ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀମାନେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବାସହ ଏହାର ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଏହିକି ମୃତକଙ୍କ ପାଖରେ ଆଟେଣ୍ଡାଣ୍ଟ ଭାବେ ସହଯୋଗ କରୁଥିବା ଅଶୋକ କୁମାର ଦାସ,ଦୀନଦୟାଲ ଦାଶ,ଆଲୋକ କୁମାର ଦାଶଙ୍କ ମତ ଅନୁଯାୟୀ ମୃତକ କିଶୋର ଚନ୍ଦ୍ର ଦାସ କଟକସ୍ଥିତ ଚାଣକ୍ୟ ହସ୍ପିଟାଲରେ ସାମାନ୍ୟ ଦୁର୍ଘଟଣା ଜନିତ ଚିକିତ୍ସା ହେଉଥିବାବେଳେ ଗତ ୧୨ତାରିଖ ଦିନ ଡାକ୍ତରଙ୍କ ଅନୁପସ୍ଥିତିରେ ଦୁଇଜଣ ନର୍ସ ତାଙ୍କୁ ବ୍ଲଡ଼ ଦେଇଥିଲେ।ବ୍ଲଡ଼ ଦେବାର ୨୦ମିନିଟ ପରେ ତାଙ୍କ ଦେହ ଥରିବାକୁ ଲାଗିଥିଲା ।ପରେପରେ ପ୍ରବଳ ଶୀତ ଓ ଯନ୍ତ୍ରଣା ହେବା ଆରମ୍ଭ କଲା।ଏ ସବୁ ଦେଖି ନର୍ସମାନେ ସେ ବ୍ଲଡ଼କୁ କାଢି ଫିଙ୍ଗି ଦେଇଥିଲେ।ପରେ ପରେ ଉକ୍ତ ବିଭାଗର ଚିକିତ୍ସକଙ୍କୁ ଯୋଗାଯୋଗ କରିବାରୁ ସେ ଏକ ଘରୋଇ କାମରେ ଅଛନ୍ତି ଆସିପାରିବେନାହିଁ ବୋଲି ନର୍ସମାନେ ମତବ୍ୟକ୍ତ କରିଥିଲେ।

ପରେ ପରେ ଅନ୍ୟଜଣେ ଚିକିତ୍ସକ ବିଶ୍ଵଜିତ ସାହୁଙ୍କୁ ଯୋଗାଯୋଗ କରାଇଥିଲେ।ମୃତକଙ୍କ ଆଟେଣ୍ଡାଣ୍ଟ ତାଙ୍କୁ ଅନ୍ୟ ଚିକିତ୍ସାଳୟକୁ ନେବାପାଇଁ ଚାହିଁଥିଲେବି ତାଙ୍କୁ କୌଣସି ସହଯୋଗ କରାଯାଇ ନ ଥିଲା।ଏହି ସମୟରେ ଚିକିତ୍ସିତଙ୍କୁ ଆଇ.ସି.ୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଖୁବଶୀଘ୍ର ସେ ଭଲହୋଇ ଫେରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ମାତ୍ର ବିଧିର ବିଡ଼ମ୍ବନାରେ ସେ ଗତ୧୪ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ।ଏ ସମ୍ପର୍କରେ ମୃତକଙ୍କ ସହଯୋଗୀ ମାନେ ଚିକିତ୍ସା ଫାଇଲ ମାଗିଥିଲେ ବି ସେମାନେ ଦେଇ ନ ଥିଲେ କୌଣସି ସହଯୋଗ ନ କରି ବରଂ ଧମକ ଦେଇଥିଲେ ଯଦି ତୁମେ ଏ ପୋଲିସ କାଗଜରେ ଦସ୍ତଖତ ନ କରିବ ତେବେ ତୁମ ଦେଡ ବଡିକୁ ଆଉ ପାଇବ ନାହିଁ ଏବଂ ତୁମ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଏକାଦଶାହରେ ଦିବଙ୍ଗତ ଆତ୍ମାର ମୋକ୍ଷ ନିମନ୍ତେ ବର୍ଷିୟାନ ସନ୍ଥ ସ୍ୱାମୀ ଭାଗବତାନନ୍ଦ ସରସ୍ୱତୀଙ୍କ ତତ୍ୱାବଧାନରେ ଗ୍ରାମବାସୀ ମାନଙ୍କ ଦ୍ୱାରା ହରି ସଂକୀର୍ତ୍ତନସହ ଵେଦ ପାଠ,ଗୀତା ପାଠ, ପୁରୁଷ ସୂକ୍ତ,ନାରାୟଣୀ ସୂକ୍ତ,ଵିଷ୍ନୁ ସହସ୍ର ନାମ ପାଠ କରସଯାଇଥିଲା।ଏହି ଅବସରରେ ସ୍ମୃତିଚାରଣ ସଭାରେ କିଶୋର ମନସ୍କ ବ୍ୟକ୍ତିମାନଙ୍କ ଦ୍ଵାରା ବିଭୁ ଦରବାରରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking