18.1 C
Bhubaneswar
Monday, November 25, 2024
Homeଓଡିଶାଦଶମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ରହିଥିବା ତୃଟିକୁ ନେଇ ଏବେ ବିବାଦ 

ଦଶମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ରହିଥିବା ତୃଟିକୁ ନେଇ ଏବେ ବିବାଦ 

ଯାଜପୁର : ଦେଶର ସ୍ୱାଧିନତା ସଂଗ୍ରାମରେ ଯାଜପୁର ଜିଲା ବରୀ ଅଂଚଳର ରହିଛି ସ୍ୱତନ୍ତ୍ର ପରିଚୟ । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ପ୍ରାଣବଳି ଦେଇଥିଲେ । କିନ୍ତୁ ଦଶମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ରହିଥିବା ତୃଟି କୁ ନେଇ ଏବେ ବିବାଦ ଦେଖାଦେଇଛି । ୧୯୪୨ ମସିହା  ଭାରତ ଛାଡ ଆନ୍ଦୋଳନ ସମୟରେ ବରୀ କଳାମାଟିଆ ଠାରେ ଇଂରାଜି ସିପାହୀ ଗୁଳିରେ ୪ ଜଣ ସହୀଦ ହୋଇଥିଲେ । କିନ୍ତୁ ବର୍ତମାନ ପ୍ରଚଳିତ ଇତିହାସ ପୁସ୍ତକରେ ବିଭିନ୍ନ ତୃଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବାରୁ ଏହାର ପ୍ରତିବାଦ କରାଯାଇଛି ।  ଏ ନେଇ ଏକ ସ୍ମାରକପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ତୁରନ୍ତ ରାଜ୍ୟ ସରକାର ଏହି ତୃଟିକୁ ସଂଶୋଧନ କରି ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ଯୋଗାଇ ଦେବାକୁ ଦାବୀ କରାଯାଇଛି । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି । ସେପଟେ ଏ ସଂପର୍କରେ ରାଜ୍ୟସରକାରଙ୍କୁ ଅଗବତ କରାଯିବ ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking