ଯାଜପୁର : ଯାଜପୁରର ବିଭିନ୍ନ ଶୈବ ପୀଠରେ କରୋନା କଟକଣା ସତ୍ତ୍ୱେ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଅଛି । ଯାଜପୁରର ମାନେଶ୍ୱର ମନ୍ଦିର, ନାରେନେଶ୍ୱର ମନ୍ଦିର, ଧନେଶ୍ୱର ମନ୍ଦିର, ବୈଦନାଥ ମନ୍ଦିର ସେହିପରି ରାମବାଗ ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠ ସିଧେଶ୍ୱର ମନ୍ଦିରରେ ଭକ୍ତମାନେ ପରିବାରର ମଙ୍ଗଳ କାମନା ସକାଶେ ଦର୍ଶନ କରିବା ପାଇଁ କରୋନା ନିୟମ ଅନୁଯାୟୀ ଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ସେହିଠାରେ ଅବସ୍ଥିତ ନଦୀ କୂଳରେ ଦୁଇଟି ଶିବ ଲିଙ୍ଗ ବାହାରିଥିବାରୁ ଲୋକମାନେ ଦେଖିବା ପାଇଁ ଭିଡ଼ ଲାଗିରହିଛି । ସେକାଳେଶ୍ୱର,ଗାରେଡେସ୍ୱର ଇତ୍ୟାଦି ଶିବ ମନ୍ଦିରରେ ଭକ୍ତମାନେ ଦର୍ଶନ କରୁଛନ୍ତି । ଜିଲ୍ଲା ପ୍ରଶାସନ ପ୍ରମୁଖ ଶୈବ ପୀଠ ଯଥା ଲଳିତେଶ୍ୱର ମନ୍ଦିର, ତ୍ରିଲୋଚନେଶ୍ୱର,ବିରଜା ମନ୍ଦିର ପରିସରରେ ଇସାନେଶ୍ୱର ଶିବ ମନ୍ଦିର ଇତ୍ୟାଦି ସ୍ଥାନ ମାନଙ୍କରେ ଭିଡ଼କୁ ଆଖି ଆଗରେ ରଖି ୧୪୪ ଧାରା ମୁତୟନ କରାଯାଇଛି। ବିଶେଷ ଭାବେ କରୋନାରୁ ରକ୍ଷା ପାଇଁ ଭକ୍ତମାନେ ଶିବଙ୍କୁ ଆରାଧନା କରୁଥିବାର ଭକ୍ତ ଭାବରେ ପ୍ରକାଶ କରିଛନ୍ତି । ଯାଜପୁର ରୋଡର ଶିବ ମନ୍ଦିର ସମେତ ଧର୍ମଶାଳାଗୋକେନେଶ୍ୱର ବଡ଼ଚଣା ମହା ବିନାୟକ ଶିବ ମନ୍ଦିରରେ ପୂଜା ଅର୍ଚନା କରାଯାଉଛି ।