ଯାଜପୁର: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ର ୨୦୨୫-୨୬ ଆର୍ଥିକ ବର୍ଷର ନିର୍ବାଚନ ଫଳ ପ୍ରକାଶ ପାଇଛି। ଏ ବର୍ଷ ସଭାପତି ଭାବେ ବିବେକାନନ୍ଦ ମହାନ୍ତି, ଉପସଭାପତି ସସ୍ମିତା ସ୍ବାଇଁ, ସଧାରଣ ସମ୍ପାଦକ ଧନେଶ୍ୱର ବାରିକ , ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା, ସହ ସମ୍ପାଦକ ଦିପୁ ବାରିକ୍, କୋଷାଧ୍ୟକ୍ଷ ଅକ୍ଷୟ କୁମାର ବାରିକ , ଲାଇବ୍ରେରୀ ସମ୍ପାଦକ ରମାକାନ୍ତ ସେଠୀ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ରାଜେନ୍ଦ୍ର ଧୀର ସାମନ୍ତ ଓ ସତ୍ୟଜିତ ଶତପଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନରେ ମନସ ରଞ୍ଜନ ସାମଲ ଏବଂ ପ୍ରବୀର କୁମାର ରାଉତ ସହଯୋଗ କରିଥିଲେ।