31.7 C
Bhubaneswar
Saturday, June 20, 2026
Homeଓଡିଶାଯାଜପୁର ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଉଦଯାପିତ

ଯାଜପୁର ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଉଦଯାପିତ

ଯାଜପୁର: ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ତିନିଦିନିଆ ଜାତୀୟ କ୍ରୀଡ଼ା ଦିବସ ପାଳନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ବରିଷ୍ଠ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦ ଙ୍କୁ ମନେ ରଖିବା ଉଦେଶ୍ୟରେ ଚଳିତ ବର୍ଷ କ୍ରୀଡା, ଉତ୍ସାହ ଏବଂ ଏକତାର ଦେଶବ୍ୟାପି ଉତ୍ସବ କ୍ରୀଡା ଦିବସକୁ ତିନିଦିନ ଧରି ସାରା ଦେଶରେ ପାଳନ କରାଯାଉଛି। ଆଜି ଶେଷ ଦିନରେ ସାଇକେଲ ସହ ରବିବାର କାର୍ଯ୍ୟକ୍ରମକୁ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରି ନିଜେ ମଧ୍ୟ ସାଇକେଲ ଚଳାଇ ସହର ପରିକ୍ରମା କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲପାଳ ଯୁଧିଷ୍ଠିର ନାୟକ ଯୋଗ ଦେଇ ସରକାର ଙ୍କ ପକ୍ଷରୁ କ୍ରୀଡାବିତ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କ ରେ ସୂଚନା ଦେଇଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ, ସୂଚନା ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ସମାଜସେବୀ ସଂଗ୍ରାମ କେଶରୀ ପାତ୍ର ପ୍ରମୁଖ ଯୋଗ ଦେଇ ଶରୀର କୁ ସୁସ୍ଥ ଓ ନିରୋଗ ରଖିବାକୁ କ୍ରିଡା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ହକି ପ୍ରଶିକ୍ଷକ ଅମୁଲ୍ୟ କୁମାର ବେହେରା, ବରିଷ୍ଠ କ୍ରୀଡା ଶିକ୍ଷକ ରଞ୍ଜନ ସୁତାର, ପ୍ରକାଶ କୁମାର ଲାଲା, ଜ୍ୟୋତିରମୟ ନାଥଶର୍ମାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଏହି ସାଇକେଲ ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking