34.5 C
Bhubaneswar
Tuesday, April 7, 2026
Homeଓଡିଶାନବୀନଙ୍କୁ ଭେଟିଲେ ଯାଜପୁର ବିଜେଡି ନେତା

ନବୀନଙ୍କୁ ଭେଟିଲେ ଯାଜପୁର ବିଜେଡି ନେତା

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିଲେ ଯାଜପୁର ବିଜେଡି ନେତା । ପ୍ରମିଳାଙ୍କ ଘରେ ବୈଠକ ପରେ ନବୀନ ନିବାସରେ ଭେଟିଲେ । ବିଜେଡି ନେତାଙ୍କ ବୈଠକ ପରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ଆଗକୁ ଜିଲ୍ଲା ସ୍ତରରେ ବୈଠକ ହେବ । ଯାଜପୁରରେ ଛାତ୍ର, ଯୁବ ଓ ମହିଳା ସଂଗଠନକୁ ସଦୃଢ କରିବାକୁ ଗୁରୁତ୍ୱ ଦିଆଯାଉଛି । ଆମେ ଯେଉଁ ତରିକା ପ୍ରସ୍ତୁତ କରିଛୁ ତାହା ସୁପ୍ରିମୋଙ୍କୁ ଜଣାଇଲୁ । ନବୀନ ବାବୁ ଖୁସି ହୋଇ ସେହି ତରିକା ଅନୁସାରେ କାର୍ଯ୍ୟ କରିବାକୁ କହିଲେ । ବିଜେଡି ଏକ ବିରାଟ ଦଳ ଜଣେ ଗଲେ ଆଉ ୧୦ ଆସିବେ । ଆଗକୁ ବହୁତ ଲୋକ ବିଜେଡିକୁ ଫେରିବେ । ପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ କିଛି ବିଜେଡି ନେତା ବୈଠକ କରିଥିଲେ । ଏହି ବୈଠକରେ ବିଶ୍ୱ ମଲ୍ଲିକ, ସୁଜାତା ସାହୁ, ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇଥିବା ସୂଚନା ମିଳିଛି। ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍‌କୁ ଚେକ୍‌ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ଏହାପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ ଦୁଇ ଥର ଯାଜପୁର ବିଜେଡ଼ି ନେତାଙ୍କ ବୈଠକ ବସିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking