26.1 C
Bhubaneswar
Tuesday, September 17, 2024
Homeଓଡିଶାସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ଫି' ଛାଡ଼ ବିବାଦ କୁ ନେଇ ଯାଜପୁରରୋଡ଼ ଧବଳଗିରି...

ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ଫି’ ଛାଡ଼ ବିବାଦ କୁ ନେଇ ଯାଜପୁରରୋଡ଼ ଧବଳଗିରି ହାଇସ୍କୁଲରେ ଶିକ୍ଷା ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ଯାଜପୁର (ଓଏନଏ): କରୋନା ମହାମାରୀ ଯୋଗୁଁ ଦୀର୍ଘ ୧୦ମାସ ଧରି ସ୍କୁଲ ବନ୍ଦ ଥିବାରୁ” ସ୍କୁଲ ଫି ” ଛାଡ଼କୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ସହ ତର୍କ ବିତର୍କ ଲାଗିରହିଛି। ଫି ହ୍ରାସ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଥିବା ସତ୍ୱେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ପକ୍ଷରୁ ସବୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଛି।ଏହା ସତ୍ୱେ ସରକାରଙ୍କ ତଥା ନ୍ୟାୟାଳୟର ନିୟମକୁ କିଛି ଘରୋଇ ଶିକ୍ଷାନୁଷ୍ଠାନ ପାଳନ କରୁ ନଥିବାର ଅନେକ ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ ଆଜି ଯାଜପୁରରୋଡ଼ ଧବଳଗିରି ହାଇସ୍କୁଲରେ ଘରୋଇ ଶିକ୍ଷାନୁଷ୍ଠାନ ଓ ଅଭିଭାବକଙ୍କ ବିବାଦକୁ ନେଇ କୋରେଇ ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଷ୍ଣୁ ଚରଣ ସୁତାରଙ୍କ ଉପସ୍ଥିତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଯାଜପୁରରୋଡ଼ ସହର ବହୁ ଘରୋଇ ଶିକ୍ଷା ଅନୁଷ୍ଠାନ ଯଥା ମାଉଣ୍ଟ ଲିଟେରା ଜି ସ୍କୁଲ, ସେଣ୍ଟ ମେରୀ ସ୍କୁଲ,ଗ୍ଲୋରିଅସ ଇଂଲିଶ ମିଡ଼ିଅମ ସ୍କୁଲ,ବ୍ୟାସନଗର ପବ୍ଲିକ ସ୍କୁଲ,ସେଣ୍ଟ ଜଭିୟର ହାଇସ୍କୁଲ, ଡୁନ ସ୍କୁଲ,ସେଣ୍ଟ ହୁଡ଼ ସ୍କୁଲ,ଜଭିୟର ଇଣ୍ଟର୍ନେସ୍ନାଲ,ଏସ ବି ଡି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସାମିଲ ହୋଇଥିଲେ। ଫି ଛାଡ଼ ନେଇ ଅଭିଭାବକ ମହଲରେ ଚର୍ଚ୍ଚା ଲାଗିରହିଛି। ଅଭିଭାବକଙ୍କ ଦାବିକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି।ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ କହିଛନ୍ତି ଯେଉଁ ଜିଲ୍ଲାରେ ଫି ଛାଡ଼ କରୁନାହାନ୍ତି ସେ ସ୍ଥାନରେ ଅଭିଭାବକ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ,ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବା ଦରକାର।ଉକ୍ତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଉଚ୍ଚ ନ୍ୟାୟାଳୟର ନିୟମକୁ କାର୍ଯ୍ୟକାରୀ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବା,ଶିକ୍ଷା କ୍ଷେତ୍ରରେ ସମସ୍ତେ ସମାନ ବୋଲି ଭାବିବା,ସମସ୍ତ ଶିକ୍ଷା ଅନୁଷ୍ଠାନକୁ ବଞ୍ଚାଇ ରଖିବାକୁ ମଧ୍ୟ ତାଙ୍କ ବକ୍ତବ୍ୟରେ କହିଛନ୍ତି। ଫି ଛାଡ଼ ନିୟମକୁ କଳେ ବଳେ କୌଶଳେ କାର୍ଯ୍ୟକାରୀ କରାଇବାକୁ ସମସ୍ତ ସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି।ଜିଲ୍ଲା ପ୍ରକଳ୍ପ ଅଧିକାରୀ କହିଛନ୍ତି କିଭଳି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସନ୍ତୋଷ ମିଳିପାରିବ, ଅଭିଭାବକ ଏବଂ ସଙ୍ଘ କିଭଳି ସେମାନଙ୍କର ନ୍ୟାୟ ଦାବି ପାଇପାରିବେ ସେଥି ପ୍ରତି ବିଶେଷ ଭାବରେ ଦୃଷ୍ଟି ଆକର୍ଷଣ କରାଯିବ।ଉଚ୍ଚ ନ୍ୟାୟାଳୟ ର ନିର୍ଦେଶ କ୍ରମେ ୧୦ସେପ୍ଟେମ୍ବର ରେ ଦିଆଯାଇଥିବା ରାୟ କୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ୭ଟି ସ୍ଲାବ ରେ ସ୍କୁଲ ଫି ଛାଡ଼ କରିବାକୁ ଯେଉଁ ନିର୍ଦେଶନାମା ଜାରିକରାଯାଇଥିଲା ତାକୁ ତୁରନ୍ତ ଲାଗୁକରାଯାଉ ଯେଉଁ ଶିକ୍ଷା ଅନୁଷ୍ଠାନ ଏହାକୁ ଅବମାନନା କରିବାକୁ ଚେଷ୍ଟା କରିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଏହି ସତ୍ର ରେ ଅପ୍ରିଲ୨୦୨୦ ରୁ ଆଜି ପର୍ଯ୍ୟନ୍ତ ଯେଉଁ ଅନାବଶ୍ୟକ ଫି ଜମା ହୋଇଛି ତାକୁ ଏହି ୨୦୨୦-୨୧ଶିକ୍ଷା ବର୍ଷ ରେ ଫେରସ୍ତ କିମ୍ବା ଅନ୍ୟ କ୍ଷେତ୍ରରେ ଉପଯୋଗ କରାଯାଉ।ନିୟମ ଉଲଂଘନ କଲେ ଏନ ଓ ସି ରଦ୍ଦ କରାଯିବ ବୋଲି ମଧ୍ୟ ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି।ଏମିତିକି ସେ କହିଛନ୍ତି ଛାତ୍ର ଛାତ୍ରୀଙ୍କୁ ନେଇ,ଅଭିଭାବକଙ୍କୁ ନେଇ,ନୀତି ନିୟମକୁ ନେଇ ବିଦ୍ୟାଳୟ।ପ୍ରଶାସନକୁ ଲୁଚାଇ ଘରୋଇ ଶିକ୍ଷା ଅନୁଷ୍ଠାନ କାର୍ଯ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।ସେ କହିଛନ୍ତି ଶିକ୍ଷା କୁ ନେଇ ଯେଉଁ ଘରୋଇ ବିଦ୍ୟାଳୟ ଗୁଡିକ ବ୍ୟାପାର ବୋଲି ଭାବିଛନ୍ତି ସେ ତାକୁ ମନରୁ ପୋଛିଦିଅନ୍ତ, କାରଣ ଶିକ୍ଷା କ୍ଷେତ୍ରରେ କୌଣସି ବଡ଼ପଣିଆ କାର୍ଯ୍ୟକାରୀ ହୋଇପାରିବ ନାହିଁ। କିଛି ସ୍କୁଲ ବିପକ୍ଷରେ ଅଭିଭାବକ ମହାସଂଘ ଅଭିଯୋଗ କରିଛି ଯେପରିକି ପିଲାଙ୍କ ଫି ବାବଦରେ ବାରମ୍ବାର ମୋବାଇଲ ରେ ମେସେଜ ପଠାଯାଉଛି,ଫୋନକରି ଫି ନଦେଲେ ପରୀକ୍ଷାରୁ ବଞ୍ଚିତ ରହିବେ ବୋଲି କୁହାଯାଉଛି, ଫି ନଦେଲେ ପରୀକ୍ଷା ଫଳ ଘୋଷିତ ହେବ ନାହିଁ ବୋଲି ମଧ୍ୟ କୁହାଯାଉଛି ଏହାଦ୍ୱାରା ପିଲାଙ୍କ ମାନସିକ ଚାପ ମଧ୍ୟ ବଢୁଛି।ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଯେଉଁ ସ୍କୁଲ “ଫି” ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବାକୁ ଚେଷ୍ଠା କରେ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସଙ୍ଘ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି।ଓଡ଼ିଶା ଅଭିଭାବକ ମହାସଂଘ ଯାଜପୁର ଜିଲ୍ଲାର ଉଦ୍ୟୋକ୍ତା/ଆବାହକ/ସଚିବ/ସଭାପତି/ଉପସଭାପତି ଯଥା କ୍ରମେ ସଞ୍ଜିତ କୁମାର ଜେନା,ଶିଶିର ରାଉତ,ଅମୀୟ କୁମାର ଘଡେଇ, ରଞ୍ଜନ କୁମାର ନାୟକ,ସୁବ୍ରତ କୁମାର କେଶୀ, ଗୟାଧର ବିଶ୍ୱାଳ,କୁଳମଣି ଧଳ ଙ୍କ ସହ ସଂଘର ଅନ୍ୟ ପ୍ରତିନିଧି ଉପସ୍ଥିତ ରହି ଏ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking