ଯାଜପୁର : ଜିଲ୍ଲା ର ଖଣି ଖାଦାନ ଓ ଇସ୍ପାତ ହବ ର ନିର୍ବାଚନ ମଣ୍ଡଳୀ ସୁକିନ୍ଦା | ଏହି ନିର୍ବାଚନ ମଣ୍ଡଳୀ ରେ ଅର୍ଥନୈତିକ ମାନ ଦଣ୍ଡ ବିଶେଷ ବିକାଶ ହୋଇ ପରି ନାହିଁ |ଇସ୍ପାତ ହବ ପାଇଁ ଦାନଗଦି ଓ ସୁକିନ୍ଦା ବ୍ଲକ ର ଅଧିକାଂଶ ଗ୍ରାମ ର ଲୋକ ମାନେ ବିସ୍ଥାପିତ ହୋଇଛନ୍ତି ସେମାଙ୍କୁ ରାଜ୍ୟ ସରକାର ଥଇଥାନ କରିଥିଲେ ମଧ୍ୟ ସେମାନଙ୍କ ର ନିଯୁକ୍ତି ଦେଇ ପାରି ନାହାନ୍ତି | ଏହି ନିର୍ବାଚନ ମଣ୍ଡଳୀ ର କଳିଙ୍ଗ ନଗର ଶିଳ୍ପାଞ୍ଚଳ ରେ ସୁକିନ୍ଦା ତଥା ଯାଜପୁର ଜିଲ୍ଲା ର ବେକାର ଯୁବକ ଯୁବତୀ ମାନଂକୁ ନିଯୁକ୍ତି କ୍ଷେତ୍ର ରେ ବିଶେଷ ଧ୍ୟାନ ଦିଆଯାଉ ନାହିଁ | ଜିଲ୍ଲା ର ହଜାର ହଜାର ବେକାର ଯୁବକ ଯୁବତୀ ଯଥା ଇଞ୍ଜିନିଅର, ଆଇ. ଟି. ଆଇ ବେକାର ହୋଇ ବସିଛନ୍ତି | କେତେକ ଯୁବକ ଯୁବତୀ ଙ୍କୁ ଆସ୍ଥାଇ ଭାବେ ନିଯୁକ୍ତି ଦିଆଯାଇଛି |, ସେମାନେ ଠିକାଦାର ଙ୍କ ଶୋଷଣ ରେ ଶିକାର ହୋଉଛନ୍ତି ଓ ପ୍ରତିବାଦ କଲେ ଚଟେଇ ହେଉଛନ୍ତି | ଏବେ କରୋନା ମହାମାରୀ ସମଗ୍ର ଶିଳ୍ପାଞ୍ଚଳ କୁ ପ୍ରଭାବିତ କରିଛି, ଅଧିକାଂଶ କାରଖାନା ବନ୍ଦ ହୋଇ ଗଲାଣି ଓ ଶ୍ରମିକ ମାନଙ୍କ ଛଟେଇ ଚାଲିଛି | ନୀଳାଚଳ ଇସ୍ପାତ ନିଗମ, ମେସ୍କୋ ବହୁ ବଡ଼ ବଡ଼ କାରଖାନା ବନ୍ଦ ହେବା ଯୋଗୁ ହଜାର ହଜାର କର୍ମଚାରୀ ଛଟେ ଇ ହୋଇ ହତାଶ ହୋଇପଡିଛନ୍ତି ! ଶିଳ୍ପାଞ୍ଚଳ ରେ ଅର୍ଥନୈତିକ ମାନଦଣ୍ଡ ହ୍ରସ ପାଉଛି | ଏହା କୁ ଗୁରୁତ୍ୱ ନେଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ପ୍ରୀତ ରଞ୍ଜନ ଘଡ଼ାଇ (ଡାନି ) ସୁକିନ୍ଦା ବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଡି ଏ ଏଫ ପାଣ୍ଠି କୁ ବିନିଯୋଗ କରି ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ପ୍ରସ୍ତାବ ଦେଇଛନ୍ତି |
ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଚାପ ପକାଇଛନ୍ତି ଓ ଜିଲ୍ଲା ପ୍ରଶାସନ ସହ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି | ସୁକିନ୍ଦା ଅଂଚଳ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କରିଛନ୍ତି | ଅନ୍ୟ ପକ୍ଷ ରେ କ୍ରୀଡା ର ବିକାଶ ପାଇଁ ସୁକିନ୍ଦା ବ୍ଲକ ର ମଙ୍ଗଳ ପୁର ଠାରେ ଚାଳିଶ ଏକର ଜମି ଅଧିକାରଣ କରାଯାଇ ଡିଏମଫ ପାଣ୍ଠି ରୁ ୬0 କୋଟି ବ୍ୟୟ ରେ ଏକ ଷ୍ଟାଡିୟମ ନିର୍ମାଣ କରାଯିବା ସାଙ୍ଗରେ ପୁଷ୍କରିଣୀ ପୁନଃରୁଦ୍ଧାର ପାଇଁ ସୁକିନ୍ଦା ଲୋକଙ୍କୁ ସ୍ୱାଭିମାନୀ କରିବା ପାଇଁ ବିଭିନ୍ନ ଯୋଜନା କରି ଏକ ଉଚ୍ଚସ୍ତାରୀ ବୈଠକ ରେ ସ୍ଥିର କରିଛନ୍ତି, | ଗରିବ ଲୋକଙ୍କର ଜୀବାକା ଉପାର୍ଜନ ପାଇଁ କୁକୁଡ଼ା,ଛତୁ ଏବଂ ଛେଳି ଚାଷକୁ ପ୍ରୋତ୍ସାହିତ କରାଯିବ । ଡିଏମଏଫ୍(ଜିଲ୍ଲା ଖଣିଜ ନ୍ୟାସ) ପାଣ୍ଠି ସହ ନରେଗା ଅର୍ଥକୁ ଯୋଡି ପାରମ୍ପାରିକ ଉପାୟରେ ରୋଜଗାର ବୃଦ୍ଧି କରାଯିବ। ବିଶେଷ କରି ଦେଶୀ କୁକୁଡ଼ା ଏବଂ ଅଣ୍ଡାର ଚାହିଦାକୁ ଦୃଷ୍ଟିରେ ରଖି ସୁକିନ୍ଦା ଏବଂ ଦାନଗଦି ବ୍ଲକରେ ଗୋଟିଏ ଲେଖାଏଁ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବା ହାଚେରୀ ପ୍ରତିଷ୍ଠା ହେବ । ଏହାସହ ଗାଁ ଲୋକଙ୍କର ଜୀବନ ଶୈଳୀ ଏବଂ ସ୍ଥାୟୀ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଅଣ୍ଡା ଦେଉଥିବା କୁକୁଡ଼ା ପାଳନକୁ ପ୍ରାଥମିକତା ମିଳିବ । । ଡିଏମଏଫ୍ ପାଣ୍ଠିକୁ ବିନିଯୋଗ କରି ଉଭୟ ବ୍ଲକରେ ହାଚେରୀ ଏବଂ ବ୍ରୁଡର ହାଉସ୍ ପ୍ରତିଷ୍ଠା କରାଯିବ । ଲୋକଙ୍କ ଠାରୁ ଅଣ୍ଡା ସଂଗ୍ରହ ଲାଗି ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ସାମିଲ କରାଯିବ । ଅଣ୍ଡା କିଣିବା ଲାଗି ଅର୍ଥ ଆଗୁଆ ଏକକାଳୀନ ଦିଆଯିବ। ସେହିଭଳି ଚାଷୀଙ୍କୁ କୁକୁଡ଼ା ଚିଆଁ ଯୋଗାଇବା ଲାଗି ଏସଏଚଜିର ସହାୟତା ନିଆଯିବ। ଏହାସହ କୁକୁଡା ଫାର୍ମ ନିର୍ମାଣ ପାଇଁ ଅର୍ଥ ମଧ୍ୟ ପ୍ରଦାନ ହେବ। ଅନ୍ୟପକ୍ଷରେ ଉତ୍ପାଦିତ ଅଣ୍ଡା ଏବଂ କୁକୁଡ଼ା ବିକ୍ରୟ ଲାଗି ବଜାର ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ପ୍ରଥମେ ସୁକିନ୍ଦା-ଦାନଗଦିର ଅଙ୍ଗନଓ୍ୱାଡି କେନ୍ଦ୍ର ଏବଂ ମଧ୍ୟାହ୍ନ ଭୋଜନ ଲାଗି ଆବଶ୍ୟକ ଅଣ୍ଡା ସ୍ଥାନୀୟ କୁକୁଡ଼ା ଫାର୍ମରୁ ସଂଗ୍ରହ ହେବ । ବଳକା ଅଣ୍ଡା ଏବଂ କୁକୁଡ଼ାର ବିକ୍ରୟ ଲାଗି ଓପେଲ୍ ଫେଡ୍ ବା ଅନ୍ୟ ଘରୋଇ ସଂସ୍ଥା ସହ ଚୁକ୍ତିନାମା କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବଣପାହାଡ଼ ଘେରା ସୁକିନ୍ଦା-ଦାନଗଦି ଅଞ୍ଚଳରେ ପାରମ୍ପାରିକ ଉପାୟରେ ଛେଳି ରଖୁଥିବା ଗରିବ ଲୋକଙ୍କର ଆୟ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଛି । ପ୍ରଥମତଃ ସୁସ୍ଥ ଛେଳିର ଜନ୍ମ ଏବଂ ଏହାର ବଂଶ ବୃଦ୍ଧି ଲାଗି ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଗାଁ ବା ପଞ୍ଚାୟତ ସ୍ତରରେ ବୋଦାକୁ ଅଦଳ ବଦଳ କରାଯାଇ ସୁସ୍ଥ ଛେଳିର ଜନ୍ମକୁ ଅଗ୍ରାଧିକାର ଦିଆଯିବ। ଏହାସହ ଛେଳିର ରହିବା ସ୍ଥଳୀକୁ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ କରାଯିବ । ନରେଗା ପାଣ୍ଠିକୁ ବିନିଯୋଗ କରି ଭାଡ଼ି ଥିବା ଗୁହାଳ ପ୍ରତିଷ୍ଠା କରାଯିବ। ଫଳରେ ଛେଳିର ପରିସ୍ରା ବା ମଳ ସେମାନଙ୍କ ଦେହରେ ଲାଗିବ ନାହିଁ । ଯାହା ଦ୍ୱାରା ଛେଳି ଗୁଡିକ ରୋଗମୁକ୍ତ ହେବା ସହ ସୁସ୍ଥ ରହିବେ। ଏହାସହ ନିୟମିତ ଡାକ୍ତରୀ ପରୀକ୍ଷା କରି ଯଥାଶୀଘ୍ର ରୋଗ ଚିହ୍ନଟ କରାଯାଇ ଛେଳି ମଡ଼କ ଉପରେ ଅଙ୍କୁଶ ଲଗାଯିବ। ଏତଦ୍ ବ୍ୟତୀତ ଛେଳି ଚାଷ କରିବା ଲାଗି ଆଗ୍ରହୀ ଚାଷୀଙ୍କ ଭୟ ଦୂର କରିବା ନିମନ୍ତେ ଡିଏମଏଫ୍ ଅର୍ଥରେ ବୀମାଭୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି । ସୁକିନ୍ଦା ବ୍ଲକ କାର୍ୟ୍ୟାଳୟରେ ଆୟୋଜିତ ବୈଠକରେ କଳିଙ୍ଗ ନଗର ଏଡିଏମ୍ ସନ୍ତୋଷ ମିଶ୍ର,ଦାନଗଦି ଓ ସୁକିନ୍ଦା ବ୍ଲକର ଉନ୍ନୟନ ଅଧିକାରୀ, ଯାଜପୁର ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ପ୍ରଶାନ୍ତ ପାଢ଼ୀ ଏବଂ ଡିଏମଏଫ୍ ମୁଖ୍ୟ ଶୁଭାଶିଷ ପ୍ରମୁଖ ଉପସ୍ଥିତ ଥିଲେ !
-ରିପୋର୍ଟ ଅଭିମନ୍ୟୁ ମିଶ୍ର