19.1 C
Bhubaneswar
Monday, November 18, 2024
Homeଓଡିଶାକରୋନା ମାର୍ଗଦର୍ଶିକା ଆଧାର ରେ କାର୍ଯ୍ୟ ପରିଚାଳନା କରନ୍ତୁ :ଜିଲ୍ଲା ପାଳ

କରୋନା ମାର୍ଗଦର୍ଶିକା ଆଧାର ରେ କାର୍ଯ୍ୟ ପରିଚାଳନା କରନ୍ତୁ :ଜିଲ୍ଲା ପାଳ

 
ଯାଜପୁର : ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଜାରି କରି ଥିବା ମାର୍ଗ ଦର୍ଶିକା ଵା ଗାଇଡ଼ ଲାଇନ ଆଧାର ରେ କରୋନା କୁ ମୁକାବିଲା କରିବା ପାଇଁ ଜିଲ୍ଲା ପାଳ ସମସ୍ତ ଙ୍କୁ ପରାମର୍ଶ ଦେଇଛନ୍ତି !ମଙ୍ଗଳବାର ଦିନ ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ଙ୍କ ଅଧ୍ୟକତା ରେ ଏକ ଭିଡ଼ିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି !ଏଥିରେ ପ୍ରତେକ ବ୍ଲକ କନଫରେନ୍ସ ହଲ ରେ ସଂପୃକ୍ତ ବିଡ଼ିଓ, ତହସିଲଦାର, ଆଇ ଆଇ ସି, ସି ଡି ପି ଓ ଓ ମେଡିକାଲ ଅଫିସର ମାନେ ଯୋଗ ଦେଇ ଥିଲେ !ଜିଲ୍ଲା ପାଳ ଶ୍ରୀ ଦାସ ସ୍ୱାସ୍ଥ୍ୟ ସେବା ସହ ଜଡିତ ଡାକ୍ତର ଓ ଅନ୍ୟାନ୍ୟ ପାରା ମେଡିକାଲ ଷ୍ଟାଫ ଏକ ଫିଲଡ ଯାଇ ଥିବା ସେମାନେ ଙ୍କ କରୋନା କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ନିଜ ସୁରକ୍ଷା ବନ୍ଦୋବସ୍ତ ପ୍ରତି ଗୁରୁତ୍ୱ ଦେବା କୁ ପରାମର୍ଶ ଦେଇଥିଲେ !ବିଶେଷ କରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ କରୋନା +ve ସମ୍ପର୍କ re ଆସିବା ବେଳେ ସୁରକ୍ଷା ବ୍ୟବସ୍ଥା କୁ କଡ଼ା କଡ଼ି ପାଳନ ପାଇଁ ଜିଲ୍ଲା ପାଳ ନିର୍ଦେଶ ଦେଇଛନ୍ତି !ଜିଲ୍ଲା ରେ ପାଞ୍ଚ ଜଣ କରୋନା ସଂକ୍ରମିତ ସଂପର୍ଶସ ରେ ଆସିଥିବା ଦୁଇ ଡାକ୍ତର ଓ ଉଣେଇଶ ପାରା ମେଡ଼ ଷ୍ଟାଫ୍ଫ କର୍ମଚାରୀ ସଂକ୍ରମଣ ଆଶଙ୍କା ରେ କୱାରେନଟାଇନ ରେ ରଖାଯାଇଛି !ତେଣୁ ସେଥିପାଇଁ ସଚେତନ ରହି ବାକୁ ପରାମର୍ଶ ଦେଇଛନ୍ତି ! ସ. ପି ଚରଣ ସିଂହ ମିନା ଜାତୀୟ ରାଜ ପଥ ସୀମା ଗୁଡିକ ସିଲ କରିବା ସହ ସମସ୍ତ ଥାନା ଅଧିକାରୀ ମାନଙ୍କୁ ସୀମା ରେ ପୋଲିସ ମୁତୟନ କରିବା କୁ ନିର୍ଦେଶ ଦେଇଛନ୍ତି !ଗ୍ରାମରକ୍ଷୀ ସହ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ଓ ଅନ୍ୟାନ୍ୟ ଲୋକ ପ୍ରତିନିଧି ସହ ଯୋଗାଯୋଗ ରଖି କୋଲକାତା ଓ ଅନ୍ୟ ରାଜ୍ୟ ରୁ ଫେରନ୍ତା ଶ୍ରମିକ କୁ ସଠିକ ଭାବେ ଚି଼ହ୍ନଟ କରି କୱାରେଟାଇନ ରଖନ୍ତୁ !ଶିଳ୍ପାନୁଷ୍ଠାନ ରେ ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ କଣ୍ଟନମେଣ୍ଟ ଅଂଚଳ ସୀମା ଗୁଡିକ କୁ ସୁରକ୍ଷା କଡ଼ା କଡ଼ି କରିବା କୁ ନିର୍ଦେଶ ଦେଇଛନ୍ତି ! ଏହି ବୈଠକ ରେ ଯାଜପୁର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ମିହିରପ୍ରସାଦ ମହାନ୍ତି, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର, ପ୍ରକଳ୍ପ ନିର୍ଦେଶକ ଇଦ୍ରମଣି ନାୟକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲା ପାଳ (ରାଜସ୍ୱ ) ଅକ୍ଷୟ କୁମାର ମଲ୍ଲିକ, ସି ଡି ମଓ ଡ଼ା ସୁଧାଂଶୁ ଶେଖର ବଳ, ଡ଼ା. ପ୍ରାର୍ଥସାରଥୀ ମିଶ୍ର ଓ ଅନ୍ୟ ଅଧିକାର ମାନେ ଉପସ୍ଥିତ ଥିଲେ ! -ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking