40.1 C
Bhubaneswar
Thursday, April 25, 2024
Homeଓଡିଶାସରପଞ୍ଚଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ସରପଞ୍ଚଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । କରୋନା ମୁକାବିଲା ନେଇ ନବୀନ ସବୁ ଗ୍ରାମର ସରପଂଚମାନଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ନିଜ ପଞ୍ଚାୟତରେ କରୋନାକୁ ପ୍ରବେଶ ନକରାଇବାକୁ ସେ ସମସ୍ତ ସରପଞ୍‌ଟଙ୍କୁ ଶପଥ ମଧ୍ୟ କରାଇଛନ୍ତି । କରୋନା ଲଢେଇରେ ସରପଞ୍ଚଙ୍କ ଭୂମିକା ପାଇଁ ଧନ୍ୟବାଦ ଜଣାଇଛନ୍ତି । ତେବେ ବାହାରୁ ଆସୁଥିବା ପ୍ରବାସୀଙ୍କୁ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖି ସେମାନଙ୍କୁ ସହଯୋଗ କରିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଗାଁକୁ ଫେରିଥିବା କିମ୍ବା ପରେ ଫେରୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ନବୀନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking