33.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା ପାଇଁ ରମଜାନ ଉପରେ ଲାଗିଲା କଟକଣା

କରୋନା ପାଇଁ ରମଜାନ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଭାରତରେ ଏବେ ବଢିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଭାରତ ସମେତ କରୋନାର କରାଳ ରୂପ ଏବେ ସମଗ୍ର ବିଶ୍ୱ ଦେଖୁଛି । ରାଜ୍ୟରେ ବି ଏବେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ରମଜାନ ପାଳନ ଉପରେ କଟକଣା ଲାଗିଛି । ରମଜାନ ପାଳନ ବନ୍ଦ କରିବା ନେଇ ଭୁବନେଶ୍ୱରର ୧୨ଟି ମସଜିଦ ମୁଖ୍ୟଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । କମିଶନରେଟ ପୋଲିସ ସହ ମସଜିଦ ମୁଖ୍ୟଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜଧାନୀରେ କୌଣସି ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା ଲଗାଯାଇଛି । ଏହାଛଡା ଇଫତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଥିବା ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ବ୍ୟାପିବାରେ ରୋକ ଲଗାଇବାକୁ ସମସ୍ତେ ସାମାଜିକ ଦୂରତା ମାନି ଘରେ ଇଫତାର ଓ ନମାଜ ପାଠ କରିବାକୁ ନିଷ୍ପତ୍ତି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking