18.1 C
Bhubaneswar
Wednesday, January 8, 2025
Homeଓଡିଶାବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନା କୁ ନେଇ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ...

ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନା କୁ ନେଇ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର

ଯାଜପୁର( ଓଏନଏ) : ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦ ର ନହକା ବାଇ ପାସ ଛକ ରେ ବ୍ୟାସଦେବ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଯାଜପୁର ଜିଲ୍ଲା ପକ୍ଷରୁ ଏକ ଦାବି ପତ୍ର ପୌର ପରିଷଦ ର ପ୍ରଶାସକ ତଥା କଳିଙ୍ଗନଗର ଅତି ରିକ୍ତ ଜିଲ୍ଲା ପାଳ ସନ୍ତୋଷ ମିଶ୍ର ଙ୍କୁ ପଦାନ କରାଯଇଛି lଜନ ସଂଖା ଫାଉଣ୍ଡେସନ ର ଯାଜପୁର ଜିଲ୍ଲା ସଭାପତି ନିତ୍ୟାନନ୍ଦ ମହାଳିକ ଙ୍କ ନେତୃତ୍ୱ ରେ ଏକ ପ୍ରତି ନିଧି ଶୋଭାଯାତ୍ରା ରେ ଏଡିମେ କାର୍ଯ୍ୟାଳୟ କୁ ଆସି ଦାବି ପତ୍ର ପଦାନ କରି ଥିଲେ l ଦାବୀ ପତ୍ର ରେ ଉଲେଖ କରିଛନ୍ତି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି କୁ ଆମେ ସମ୍ନାନ ଜଣାଉଛୁ କିନ୍ତୁ ଯେଉଁ ସହର ଆଜି ମହାନ ଋଷି ବ୍ୟାସଦେବଙ୍କ ନାମରେ ନାମିତ ହୋଇ ସାରା ଓଡ଼ିଶାରେ ବ୍ୟାସନଗର ସହର ଭାବ ରେ ପରିଚିତ ହୋଇଛି ।ତେଣୁ ବ୍ୟାସ ଦେବ ଙ୍କ ନାମରେ ନହକା ଗୋଳେଇ ଛକ ନାମିତ କରିବା ସହିତ ସେହି ସ୍ଥାନ ରେ ବ୍ୟାସ ଦେବ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଯଥାର୍ଥ ରହିଛି l ବ୍ୟାସ ଦେବ ପ୍ରତିମୂର୍ତ୍ତି କୁ ନାହାକା ଗୋଲେଇ ଛକରେ ସ୍ଥାପନ କରାଗଲେ ତାହା ସହରର ପରିଚୟକୁ ଦୃଢ଼ୀଭୂତ କରିବ , ବ୍ୟାସଦେବ ଙ୍କ ପ୍ରତିମୂର୍ତ୍ତି କୁ ସ୍ଥାପନ କରିବା ପାଇଁ ଶ୍ରୀ ମହାଳିକଦୁଢ ଦାବୀ କରିଛନ୍ତି l ଆଗାମୀ ଉତ୍କଳ ଦିବସ ମଧ୍ୟରେ ଯଦି ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି କୁ ନହକା ଗୋଲେଇ ଛକରେ ସ୍ଥାପନ କରା ନଯାଏ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସେହି ସ୍ଥାନରେ ଆମରଣ ଅନଶନ କରିବା ପାଇଁ ଏହି ଦାବିପତ୍ରରେ ଉଲେଖ କରିଛନ୍ତି ।ଏହି ଦାବି ପତ୍ରରେ ଦେବା ସମୟ ରେ ଜନସଂଖ୍ୟା ଫାଉଣ୍ଡେସନ ର ସାଧାରଣ ସମ୍ପାଦକ ଦୀପକ ଦାଶ ଓ ସମ୍ପାଦକ ଅସିତ ଦାସ କାର୍ଯ୍ୟକାରୀ ସଦସ୍ୟ ମୋହନ ଲାଲ ସାହୁ ଓ ଜ୍ୟୋତି ପ୍ରକାଶ ପଣ୍ଡା,ମନୋଜ ଦାସ,ଅରୁଣ ଦାସ,ଗଣେଶ୍ୱର ମ।ଝି,ନିରଞ୍ଜନ ପେରେଇ,ଅନେୟା ରାଉତ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking