30.1 C
Bhubaneswar
Saturday, May 4, 2024
Homeକରୋନା ଓଡିଶାବଡ଼ଚଣା ବ୍ଳକର ପତରାଜପୁରକୁ ତୁରନ୍ତ କଣ୍ଟେନମେଣ୍ଟ୍ କରାଯାଉ

ବଡ଼ଚଣା ବ୍ଳକର ପତରାଜପୁରକୁ ତୁରନ୍ତ କଣ୍ଟେନମେଣ୍ଟ୍ କରାଯାଉ

ଯାଜପୁର:  ଜିଲ୍ଲାର ବଡ଼ଚଣା ବ୍ଲକରୁ ମଙ୍ଗଳ ବାର ୨୨ ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ ପତରାଜପୁର ପଞ୍ଚାୟତର ୪ ନମ୍ବର ୱର୍ଡର ଗୋଟିଏ ପକେଟର ତିନିଗୋଟି ପରିବାରରୁ ବାହାରିଛନ୍ତି ଖୋଦ୍ ସରପଞ୍ଚଙ୍କ ସମେତ ମୋଟ ୧୩ ଜଣ । ଲକ୍ଷଣ ଥିବାରୁ ଗତ ୧୨ ତାରିଖ ଦିନ ସେହି ସମସ୍ତଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇ ଥିବା ବେଳେ ଗତକାଲି ଆସିଥିବା ରିପୋର୍ଟରେ ସେମାନଙ୍କ ନମୁନା ପଜିଟିଭ୍ ବାହାରିଥିଲା । ଏହାପରେ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଦିଆ ଯାଇଥିଲା । ଏଭଳି ସ୍ଥିତିରେ ସେହି ପଞ୍ଚାୟତର ସରପଞ୍ଚ ତ ସେହି ୱାର୍ଡକୁ ତୁରନ୍ତ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଦେବା କଥା । ମାତ୍ର ତାହା ତ ଏଯାଏଁ ହେଲା ନାହିଁ ଅନ୍ୟପଟେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ସେହି ୱାର୍ଡକୁ ଏକ ଅବରୋଧ ଅଞ୍ଚଳ ଭାବେ ଜନସାଧାରଣଙ୍କୁ ଦର୍ଶାଇବାକୁ ଯାଇ ଗାଁ ଦାଣ୍ଡର ଉଭୟ ପାର୍ଶ୍ଵରେ ଯେଉଁ ବାଉଁଶ ବାନ୍ଧିଥିଲେ ତାହାକୁ ସେହି ଚିହ୍ନଟ ଆକ୍ରାନ୍ତମାନେ କୁଆଡେ ହଟାଇ ଦେଇଥିବା ଏବଂ ସଂଗରୋଧ କଟକଣାକୁ ଅବମାନନା କରି ସେମାନେ ବାହାରେ ବୁଲିବା ସହ ଅନ୍ୟ ଲୋକମାନଙ୍କ ସହିତ ଅବାଧରେ ମିଳାମିଶା କରୁଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବଡ଼ଚଣା ବିଡ଼ିଓଙ୍କ ଅଭିଯୋଗ ହୋଇଛି । କିନ୍ତୁ ବିଡ଼ିଓ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ପ୍ରଶାସନର ଏହିଭଳି ଢିଲା କଟକଣା ଯୋଗୁଁ ଯେ ଯାଜପୁର ଜିଲ୍ଲାର ସଂକ୍ରମଣ ସ୍ଥିତି ସମଗ୍ର ରାଜ୍ୟରେ ଆଜି ଦ୍ୱିତୀୟ ସ୍ଥାନରେ ରହିଛି; ତାହାର ପ୍ରମାଣ ଏହି ଗୋଟିଏ ଘଟଣା ହିଁ ଯଥେଷ୍ଟ ହେବ ! ସେ ଯାହା ବି ହେଉ ନା କାହିଁକି ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣକୁ ବ୍ରେକ୍ ଦେବାକୁ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତି ସୁଦ୍ଧା ପତରାଜପୁର ପଞ୍ଚାୟତର ଅତିକମରେ ସେହି ୪ ନମ୍ବର ୱର୍ଡକୁ କଣ୍ଟେନମେଣ୍ଟ୍ କରାଯିବା ନିହାତି ଜରୁରୀ ହୋଇ ପଡିଛି ! ତା ବାଦ୍ ଯଦି କୌଣସି ଆକ୍ରାନ୍ତ ଅମାନିଆ ହୋଇ ପୁଣି କଟକଣା ଭଙ୍ଗ କରିବାର ଅଭିଯୋଗ ଆସେ ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଗୃହ ସଂଗରୋଧରୁ କାଢି ନେଇ ଯାଜପୁରଠାରେ ଥିବା କୋଭିଡ଼ କେୟାର ସେଣ୍ଟରରେ ରଖିବାକୁ ହେବ ! ଏଭଳି ଏକ ସମ୍ବେଦନଶୀଳ ଓ ଚିନ୍ତାଜନକ ଘଟଣାକୁ ଯାଜପୁର ଜିଲ୍ଲାପାଳ ଅତି ଗମ୍ଭୀରତାର ସହ ନେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ! ନୋହିଲେ ସେଥିପାଇଁ ଭବିଷ୍ୟତରେ ସେ ଅଞ୍ଚଳର ସଂକ୍ରମଣ ଯଦି ଅଣାୟତ୍ତ ହୋଇପଡ଼େ; ତେବେ ସେଥିରେ କେହି ହୁଏତ ଆଦୌ ଆଶ୍ଚର୍ଯ୍ୟ ହେବେ ନାହିଁ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking