32.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରେମ ସମ୍ପର୍କକୁ ନେଇ ଲାଗି ରହିଥିବା ଶତ୍ରୁତାରୁ ପେମିକକୁ ନୃଶଂସ ହତ୍ୟା

ପ୍ରେମ ସମ୍ପର୍କକୁ ନେଇ ଲାଗି ରହିଥିବା ଶତ୍ରୁତାରୁ ପେମିକକୁ ନୃଶଂସ ହତ୍ୟା

ଖୋର୍ଦ୍ଧା : ପ୍ରେମ ସମ୍ପର୍କକୁ ନେଇ ଦିର୍ଘ ଦିନ ହେବ ଲାଗି ରହିଥିବା ଶତ୍ରୁତାକୁ କେନ୍ଦ୍ର କରି ପ୍ରେମିକାର ପରିବାର ଲୋକ  ପେମିକାକୁ ନୃଶଂସ ଭାବେ ହତ୍ୟା କରିଛନ୍ତି । ଏହିଭଳି ଏକ ଅଭାବନିୟ ଘଟଣା ଆଦର୍ଶ ଥାନା ଅନ୍ତର୍ଗତ ଖୋର୍ଦ୍ଧା ଉପକଣ୍ଠ ଠାକୁରପଡା ନୂଆ ସାହିରେ ଘଟିଛି । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ସ୍ୱର୍ଗତ ଯୁଗଳ ସାହୁଙ୍କ ପୁଅ ମିଟୁ ଓରଫ ଉମାକାନ୍ତ ସାହୁ (୩୫) । ହତ୍ୟାକାଣ୍ଡର ଖବର ପାଇ ଆଦର୍ଶ ଥାନା ପୁଲିସ  ଠାକୁରପଡା ଗ୍ରାମରେ ପହଚିଂ ହତ୍ୟାକାଣ୍ଡ ସମ୍ପର୍କରେ ଛାନଭିନ ଆରମ୍ଭ କରିଛି । ପ୍ରେମ ବ୍ୟାପାରକୁ ନେଇ ପ୍ରେମିକାର ପରିବାର ହତ୍ୟାକାଣ୍ଡ ଘଟାଥିବାର ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଜାଣିବାକୁ ପାଇଥିବାର ଏସଡିପିଓ ସୁଶିଲ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ମୃତ ଯୁବକ ଜଣଙ୍କ ସହିତ ସେହି ଗ୍ରାମର ନୃଶିଂହ ସାହୁଙ୍କ ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ପ୍ରେମ ଜନିତ କୌଣସି କାରଣରୁ  ନୃଶିଂହଙ୍କ ଝିଅ ୨୦୦୮ ମସିହାରେ ଆତ୍ମହତ୍ୟା କରିଥିଲେ ।

ପରେ ଯୁବକ ଜଣକ ଦିର୍ଘ ଦିନ ହେବ ଗ୍ରାମରୁ ପଳାଇ ଯାଇଥିଲେ । ମଙ୍ଗଳବାର ଦିନ  ରାତିରେ ଘରେ ଥିବାର ଜାଣିପାରି ନୃଶିଂହ ପରିବାର ଲୋକେ ଘରେ ପଶି ଉମାକାନ୍ତ ଉପରେ ମାରଣାସ୍ତ୍ର ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ମୁଣ୍ଡରେ ଗଭିର ଆଘାତ ଲାଗିବା ଫଳରେ ଗୁରୁତର ଆହାତ ଅବସ୍ଥାରେ ନିକଟସ୍ଥ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲେ ମଧ୍ୟ ଡାକ୍ତର ଉମାକାନ୍ତକୁ ମୃତ ଘୋଷଣା କରିଥିଲେ । ମୃତ ଦେହକୁ ଜବତ କରି ଏସଡିପିଓ ଶ୍ରୀ ମିଶ୍ର ଏବଂ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ନେଇ ଠାକୁରପଡା ଗ୍ରାମରେ ଆତଙ୍କ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking