17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଜୟପୁର ବ୍ଲାଷ୍ଟ: ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଜୟପୁର ବ୍ଲାଷ୍ଟ: ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଜୟପୁର : ରାଜସ୍ଥାନର ଜୟପରୁରରେ ୨୦୦୮ ଲୋମହର୍ଷଣକାରୀ ବିସ୍ଫୋରଣ ଘଟଣାରେ ୪ ଜଣ ଦୋଷୀଙ୍କୁ ସ୍ୱତନ୍ତ୍ର ଅଦାଲତ ଫାଶି ଦଣ୍ଡାଦେଶ ଶୁଣାଇ ସାରିଛନ୍ତି । ଏହି ବିସ୍ଫୋରଣ ଘଟଣାରେ ୭୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୫ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ୱତନ୍ତ୍ର ଅଦାଲତ ଗୁରୁବାର ଦୋଷୀଙ୍କ ବାବଦରେ ଓକିଲ ପକ୍ଷରୁ ରଖାଯାଇଥିବା ଯୁକ୍ତି ଶୁଣିବା ପରେ ଶୁକ୍ରବାର ଦଣ୍ଡ ଶୁଣାଣି ଲାଗି ତାରିଖ ସ୍ଥିର କରିଥିଲେ ।
ଅଦାଲତ ଶୁକ୍ରବାର ଅପରାହ୍ନ ୪ଟାରେ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ବୁଧବାର ମହମ୍ମଦ ସୈଫ, ମହମ୍ମଦ ସରୱର ଆଜମୀ, ମହମ୍ମଦ ସଲମାନ ତଥା ସୈଫୁରହମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏବେ ସମସ୍ତ ଚାରି ଦୋଷୀଙ୍କୁ ଅଦାଲତ ଫାଶି ସଜା ଶୁଣାଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପ୍ରମାଣପତ୍ର ଅଭାବରୁ ଖଲାସ କରି ଦିଆଯାଇଛି । ସୂଚନାଯୋଗ୍ୟ ୨୦୦୮ ମେ’ ମାସ ୧୩ ତାରିଖ ସନ୍ଧ୍ୟା ସମୟରେ ପାଖାପାଖି ୨ କିଲୋମିଟର ସୀମା ମଧ୍ୟରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜୟପୁରବାସୀ ଭୟଭୀତ ହୋଇଯାଇଥିଲେ। ଖଲାସ କରାଯାଇଥିବା ଉତ୍ତରପ୍ରଦେଶର ଲଖନଉ ନିବାସୀ ଶାହବାଜ ହୁସେନ ଉପରେ ଇଣ୍ଡିଆନ ମୁଜାହିଦୀନ ତରଫଣୁ ପୋଲିସକୁ ଏକ ଇମେଲ ପଠାଇ ବିସ୍ଫୋରଣ ପାଇଁ ଦାୟୀ କହିଥିଲା । ମାତ୍ର ସେ ଅଭିଯୁକ୍ତ ପ୍ରମାଣିତ ହୋଇପାରି ନ ଥିଲେ । ସେଥିପାଇଁ କୋର୍ଟ ଶାହାବାଜ ହୁସେନଙ୍କୁ ଖଲାସ କରି ଦେଇଥିଲେ । ଏହି ଘଟଣା ସହିତ ୫ ଜଣଙ୍କ ବ୍ୟତୀତ ଅନ୍ୟ ୨ ଜଣ ଅଭିଯୁକ୍ତ ଦିଲ୍ଲୀର ବାଟଲାହାଉସ ଏନକାଉଣ୍ଟରରେ ମଧ୍ୟ ନିହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking