27.1 C
Bhubaneswar
Sunday, September 8, 2024
Homeଓଡିଶାଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା

ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା

କାମାକ୍ଷାନଗର: ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା। କାମାକ୍ଷାନଗରରେ ପୁଣି ଫୁଟିଲା ଗୁଳି। ଗୁଳିମାଡରେ ପଥର ଖଣି ବ୍ୟବସାୟୀ ମୃତ । ତାଙ୍କ ଛାତିରେ ଗୁଳି ବାଜିଛି। ମୃତକଙ୍କ ନାଁ ନିରାକାର ସାହୁ ।

ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଏହି ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିବା ଜଣାଯାଇଛି । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ୨ ୨୦୨୧ ମସିହା ବାରୁଆଁ ସମିତି ସଭ୍ୟ ଦିପକ ମାହୁନ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ ମୃତ ନିରାକାର ସାହୁ । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି ମାରିଲା ? ଅଧିକ ଖୋଳତାଡ କରୁଛି କାମାକ୍ଷାନଗର ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking