30.1 C
Bhubaneswar
Wednesday, February 19, 2025
Homeଅପରାଧଜଳ ସେଚନ ପ୍ରକଳ୍ପର ୩ ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କୁ ଜେଲ; ୩ ବର୍ଷ କାରାଦଣ୍ଡ

ଜଳ ସେଚନ ପ୍ରକଳ୍ପର ୩ ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କୁ ଜେଲ; ୩ ବର୍ଷ କାରାଦଣ୍ଡ

ଭୁବନେଶ୍ୱର: ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ୩ ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅମ୍ବିକା ତ୍ରିପାଠୀ, ପ୍ରଶାନ୍ତ ଘୋଷାଲ, ସଦାନନ୍ଦ ମିଶ୍ରଙ୍କୁ ଦଣ୍ଡାଦେଶ ହୋଇଛି । ୩ ଜଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ମୁଖ୍ୟଯନ୍ତ୍ରୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜଳସେଚନ ପଷ୍ଠଳୂ କାମରେ ଠିକାଦାରଙ୍କୁ ମିଥା ବିଲ୍ ମାମଲାରେ ଦଣ୍ଡାଦେଶ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ଠିକାଦାରଙ୍କୁ ମୋଟ ୧ କୋଟି ୬୬ ଲକ୍ଷ ୪୧ ହଜାରରୁ ଅଧିକ ଟଙ୍କାର ବିଲ୍ କରିଥିଲେ ମୁଖ୍ୟଯନ୍ତ୍ରୀ । ଏହି ମାମଲାରେ ଠିକାଦାରଙ୍କ ସହ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking