14.1 C
Bhubaneswar
Friday, January 17, 2025
Homeଅପରାଧଜାହାଙ୍ଗୀରପୁରୀ ସାଂପ୍ରଦାୟିକ ହିଂସା ଘଟଣା: ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଜାହାଙ୍ଗୀରପୁରୀ ସାଂପ୍ରଦାୟିକ ହିଂସା ଘଟଣା: ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ଗିରଫ

କୋଲକାତା : ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଚଳିତମାସ ୧୬ରେ ଘଟିଥିବା ସାଂପ୍ରଦାୟିକ ହିଂସା ଘଟଣାରେ ଦିଲ୍ଲୀ ପୁଲିସ ଗୁରୁବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ତାମ୍‌ଲୁକ୍ ଗ୍ରାମରୁ ମୁଖ୍ୟ ଅଭିଯୁକ୍ତ ଫରିଦ୍ ଓରଫ ନିତୁକୁ ଗିରଫ କରିଛି । ଗିରଫ ପରେ ବିମାନଯୋଗେ ଫରିଦ୍‌କୁ ଦିଲ୍ଲୀ ଅଣାଯାଇଛି । ଜାହାଙ୍ଗୀରପୁରୀ ଅଞ୍ଚଳରେ ଜଣେ କୁଖ୍ୟାତ ଅପରାଧୀଭାବେ ଫରିଦ୍‌ର ରେକର୍ଡ ଥିବାବେଳେ ତା’ ବିରୋଧରେ ୬ଟି ଅପରାଧିକ ମାମଲା ବିଚାରାଧୀନ ରହିଛି ।

ସୂଚନାଯୋଗ୍ୟ ହନୁମାନ ଜୟନ୍ତୀ ଉପଲକ୍ଷେ ୧୬ରେ ଦିଲ୍ଲୀରେ ଏକ ଶୋଭାଯାତ୍ରା ବାହାରିଥିଲା । ତେବେ ଜାହାଙ୍ଗୀରପୁରୀ ଅଞ୍ଚଳ ଦେଇ ଯାଉଥିବାବେଳେ ନିର୍ଦ୍ଦିଷ୍ଟ ସଂପ୍ରଦାୟର କେତେକ ବ୍ୟକ୍ତି ଟେକାପଥର ମାଡ କରିବାରୁ ସାଂପ୍ରଦାୟିକ ହିଂସାର ସୂତ୍ରପାତ ଘଟିଥିଲା । ଏଥିରେ ୮ ପୁଲିସ ସମେତ ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ । ଦିଲ୍ଲୀ ପୁଲିସ ପକ୍ଷରୁ ଏହି ଘଟଣାରେ ୫ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ (ଜାତୀୟ ନିରାପତ୍ତା ଆଇନ) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking