18.1 C
Bhubaneswar
Saturday, November 23, 2024
Homeଓଡିଶାଜଗପତି କାର୍ଯୀଙ୍କୁ ୪୦ ବର୍ଷ ପରେ ଫେରାଇ ଆଣିବ କରୋନା

ଜଗପତି କାର୍ଯୀଙ୍କୁ ୪୦ ବର୍ଷ ପରେ ଫେରାଇ ଆଣିବ କରୋନା

ପାରଳାଖେମୁଣ୍ଡି : ଜଗପତି କାର୍ଯୀଙ୍କୁ ୪୦ ବର୍ଷ ପରେ ଫେରାଇବ କରୋନା । ତାଙ୍କୁ ଆଣିବାକୁ ତାଙ୍କ ପୁତୁରା ଓ ଜିଲ୍ଲା ଶ୍ରମ ଅଧିକାରୀ ଅରୁଣାଞ୍ଚଳ ପ୍ରଦେଶ ଗସ୍ତ କରିଛନ୍ତି ।ସୂଚନା ଅନୁଯାୟୀ,  ଗଜପତି ଜିଲ୍ଲାର ଜଗପତି କାର୍ଯୀ ପ୍ରାୟ ୪୦ବର୍ଷ ପୂର୍ବେ ପେଟ ପାଇଁ ଅନ୍ୟ ୩ଜଣ ବନ୍ଧୁଙ୍କ ସହ ଅରୁଣାଞ୍ଚଳ ପ୍ରଦେଶକୁ କାର୍ଯ୍ୟ କରିବା ପାଇଁ ଯାଇଥିଲେ । କିନ୍ତୁ କିଛି ଦିନ କାର୍ଯ୍ୟ କଲାପରେ କୌଣସି କାରଣ ଯୋଗୁଁ ଉକ୍ତ କମ୍ପାନୀ ବନ୍ଦ ହୋଇଯିବା ପରେ ୩ଜଣ ବନ୍ଧୁ ଅରୁଣାଞ୍ଚଳ ପ୍ରଦେଶରୁ ଫେରି ଆସିଥିଲେ । କିନ୍ତୁ ଜଗପତି କାର୍ଯୀ ଆସିନଥିଲେ । ତାଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ ଏବଂ ଘର ହେଉଛି ରାୟଗଡ ବ୍ଲକର ତାଳମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଆବାରସିଂ ଗ୍ରାମରେ । ଜଗପତିଙ୍କ ବାପା ମା’ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଭାଇ ଶୁକୁ ଭୂୟାଁ ଏବଂ ଭଉଣୀ ମଙ୍ଗୁଳୁ ଭୂୟାଁ ଆବାରସିଂ ଗ୍ରାମରେ ରହୁଛନ୍ତି । ଜଗପତି ବର୍ତ୍ତମାନ ଅରୁଣାଞ୍ଚଳ ପ୍ରଦେଶର ଲୋୟର ସୁବାସିନୀ ଜିଲ୍ଳାରେ ଥିବା ଏକ ଜିରୋ ମାର୍କେଟରେ ଏକାକୀ ବାସ କରୁଛନ୍ତି । ଲକ୍‌ଡାଉନ୍ ଏବଂ ବୃଦ୍ଧାବସ୍ଥା ଯୋଗୁଁ ସେଠାକାର ଜଣେ ଶିକ୍ଷକ ରୁଗୁ ଆମ୍ମା ତାଙ୍କୁ ନିୟମିତ ଖାଇବାକୁ ଦେବା ସମୟରେ ଜଗପତିଙ୍କ ପରିଚୟ ଜାଣିବାକୁ ପାଇଥିଲେ । ତାପରେ ଶିକ୍ଷକ ଜଣଙ୍କ ତାଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଶିକ୍ଷକଙ୍କ କହିବା ଅନୁସାରେ ଜଙ୍ଗଲରୁ କାଠ ସଂଗ୍ରହକରି ଏବଂ ଜଙ୍ଗଲରେ ଥିବା ଏକ ଛୋଟିଆ ପାହାଡ ଉପରେ ଘର କରି ଜଗପତି ଗୁଜୁରାଣ ମେଣ୍ଟାଉଥିଲେ । ସେ ସେଠାକାର ଜଙ୍ଗଲ, ପାହାଡ ଏବଂ ଝରଣାକୁ ଭଲପାଉଥିଲେ । ସେହି ଭିଡିଓ ଭାଇରାଲ ହେବା ପରେ ପଟେ ଓଡିଶାର ବିଭିନ୍ନ ଗଣମାଧ୍ୟମ ପ୍ରସାରଣ ହୋଇଥିଲା । ଏନେଇ ଗଜପତି ଜିଲ୍ଲାର ପୂର୍ବତନ ଏସପି ସାରା ଶର୍ମା ମଧ୍ୟ ପ୍ରଶାସନକୁ ସୂଚନା ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହାଙ୍କ ନେତୃତ୍ୱରେ ଏବଂ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କ ମାଧ୍ୟମରେ ଜଗପତି କାର୍ଯୀଙ୍କ ଠିକଣା ଏବଂ ତାଙ୍କର ଘରକୁ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଫେରାଇ ଆଣିବା ପାଇଁ ଶ୍ରମ ଅଧିକାରୀ ଏବଂ ତାଙ୍କ ପୁତୁରା ମୁକୁନ୍ଦି ଭୂୟାଁ ଅରୁଣାଞ୍ଚଳ ପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କ କହିବା ଅନୁସାରେ ସେମାନେ ଅରୁଣାଞ୍ଚଳ ପ୍ରଦେଶର ସୀମାରେ ଥିବା ଆସାମର ଶୀଲାପୁର ବିମାନ ଘାଟିରେ ପହଞ୍ôଚ ତାଙ୍କୁ ସେଠାରୁ ଫେରାଇ ଆଣିବେ । ଅନ୍ୟପଟେ ତାଙ୍କ ଭାଇ ସୁକୁ ଭୂୟାଁଙ୍କ କହିବା ଅନୁସାରେ ଜଗପତି ଗାଁକୁ ଫେରିଲେ ଆମେ ତାଙ୍କୁ ଆଦରର ସହ ଗ୍ରହଣ କରିବୁ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking