34.1 C
Bhubaneswar
Friday, March 29, 2024
Homeଓଡିଶାଅସହାୟଙ୍କୁ ସାହରା ପାଲଟିଛନ୍ତି ଗ୍ରାମବାସୀ 

ଅସହାୟଙ୍କୁ ସାହରା ପାଲଟିଛନ୍ତି ଗ୍ରାମବାସୀ 

ଫୁଲବାଣୀ : କରୋନା ଯୋଗୁଁ କିଏ ନିଜର ବୃତ୍ତି ହରାଇଥିବା ବେଳେ ଆଉ କିଏ ଅନ୍ୟ ବୃତ୍ତିକୁ ଆଦରି ନେଲେଣି । ଏଭଳି ସ୍ଥଳେ ଜୀବିକା ହରାଇଥିବା ୫ ଯାଯାବର ଅସହାୟ ପରିବାରକୁ ସାହାରା ପାଲଟିଛନ୍ତି ଏକ ଗ୍ରାମବାସୀ । ଗତ ଦେଢମାସ ହେଲା ସେହି ଅସହାୟ ୫ ପରିବାରକୁ ଯୋଗାଇଛନ୍ତି ରୋଜଗାର ପନ୍ଥା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଦୂତିପଡ଼ା ପଞ୍ଚାୟତର ବୁରୁପଦା ଗ୍ରାମରେ ।
ଆଜିକୁ ପ୍ରାୟ ୨ ମାସ ହେଲା ଯାଯାବର ଜୀବନ ବିତାଉଥିବା ୫ଟି ଶବର ଜାତିର ପରିବାରର ବଜୟ ଜାନୀ, ଅଜୁ ଜାନୀ, ସୁଲେନ୍ ଦେହୁରୀ ଓ ଅନ୍ୟମାନେ ବୁରୁପଦା ଗ୍ରାମର ଏକ ପଡ଼ିଆରେ ଜୀବନ ବିତାଉଛନ୍ତି । ଅନୁଗୁଳ ଜିଲ୍ଲା ନାଚିକା ବ୍ଲକ କଣ୍ଡାଳ ଗ୍ରାମର ଏହି ୫ଟି ଶବର ପରିବାର ଗତ ବାତ୍ୟା ସମୟରେ ସେମାନଙ୍କର ଘର ଦ୍ୱାରା ଭାଙ୍ଗିଯିବା ଫଳରେ ସେମାନେ କୌଣସି ଉପାୟ ନପାଇ ରୋଜଗାର ପାଇଁ ବିଭିନ୍ନ ଜିଲା ଘୁରୁ ବୁଲୁଥିଲେ । ତେବେ ଲକଟାଉନ୍ ପୂର୍ବରୁ ସେମାନେ କନ୍ଧମାଳ ଜିଲ୍ଲାରେ ରହି ବିଭିନ୍ନ ଅଞ୍ଚଳ ବୁଲି ଚେରମୂଳି ଔଷଧ, ତାବିଜ୍‌, ଲୋକଙ୍କ ପାଞ୍ଜି ଦେଖିବା ଓ ଏହି ପରିବାରର ଛୋଟ ଛୋଟ ପିଲାମାନେ ଭିକ୍ଷାବୃତ୍ତି କରି ଜୀବନ ବିତାଉଥିଲେ । ଖଜୁରିପଡ଼ା ବ୍ଲକ  ଆଡ଼ାସିପଡ଼ା ପଞ୍ଚାୟତର କାବର ଗ୍ରାମରେ ସେମାନେ ଥିଲେ । ଲକ୍‌ଡ଼ାଉନ୍ ଯୋଗୁଁ ସେମାନେ ବାହାରେ ବୁଲିବା ବନ୍ଦ ହୋଇଯାଇଥିଲା । ଫଳରେ ଅସହାୟ ହୋଇ ରହିଥିବା ଏହି ପରିବାରକୁ ଗତ ୩ ମାସ ତଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ସହଯୋଗର ହାତ ବଢାଇବା ସହିତ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲା । ପରେ କାବର ଗ୍ରାମରୁ ଆସି ପହଞ୍ôଚଥିଲେ ବରପଦା ଗ୍ରାମରେ । ସେହି ରାସ୍ତାଦେଇ ଯାତାୟାତ କରୁଥିବା ଗ୍ରାମବାସୀ ଏହି ଯାଯାବର ପରିବାରମାନଙ୍କର ଦୁଃଖ ଦେଖି ସାହାରା ହେବା ପାଇଁ ଚିନ୍ତା କରିଥିଲେ । କିଛିଦିନ ଖାଇବାକୁ ମଧ୍ୟ ଦେଇଥିଲେ । ବରପଦା ଗ୍ରାମବାସୀ ପାଳିକରି ଗ୍ରାମର ଗାଈ ଓ ଗୋରୁ ମାନଙ୍କୁ ଚରାଇବା ଦାୟିତ୍ୱ ତୁଲାଉଥିଲେ । ତେବେ ଏହି ଯାଜାବରମାନେ ଉକ୍ତ କାର୍ଯ୍ୟ କରିବେ ଏ ବାବଦରେ ଯେଉଁ କିଛି ସହାୟତା କରିବେ ସେଥିରେ ସେମାନଙ୍କ ପରିବାର ପୋଷଣ କରିବେ ବୋଲି କହିଥିଲେ । ଗ୍ରାମବାସୀ ଏହାକୁ ଗ୍ରହଣ କରିବା ସହିତ ଜୀବନ ଓ ଜୀବିକା ହରାଇ ବସିଥିବା ଏହି ୫ ଯାଯାବର ପରିବାରକୁ ଗତ ଦେଢ ମାସ ହେଲା ଗ୍ରାମର ପ୍ରାୟ ୨୫ ଜଣ ପରିବାରରଙ୍କ ଗାଈ ଓ ଗୋରୁ ଚରାଇବା ଦାୟିତ୍ୱ ନେଇଛନ୍ତି । ଏହି ବାବଦକୁ ସେମାନେ ପାଉଛନ୍ତି କିଛି ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟ ଜିନିଷ । ଏହି ଅସହାୟ ପରିବାର ପ୍ରତି ସରକାର ସହାୟତାର ହାତ ବଢାଇବାକୁ ଗ୍ରାମର କିଛି ବୁଦ୍ଧିଜୀବି ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking