17.1 C
Bhubaneswar
Saturday, January 4, 2025
Homeଦେଶ ବିଦେଶଜମ୍ମୁ-କଶ୍ମୀର ସରକାରଙ୍କ ଘୋଷଣା: ପ୍ରତ୍ୟେକ ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ

ଜମ୍ମୁ-କଶ୍ମୀର ସରକାରଙ୍କ ଘୋଷଣା: ପ୍ରତ୍ୟେକ ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ

ଶ୍ରୀନଗର: କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା ଜମ୍ମୁ-କଶ୍ମୀରରେ ଜନ୍ମିତ ସ୍ଥଳସେନାର ପ୍ରତ୍ୟେକ ଯବାନଙ୍କ ପରିବାରକୁ ଏକକାଳୀନ ୨୫ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯିବ ବୋଲି ଉପରାଜ୍ୟପାଳ ମନୋଜ ସିହ୍ନା ଶନିବାର ଘୋଷଣା କରିଛନ୍ତି । କଶ୍ମୀର ଘାଟିରେ କିମ୍ବା ଦେଶର ଅନ୍ୟ ଯେକୌଣସି ସ୍ଥାନରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅବସ୍ଥାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଏଭଳି ଅନୁକମ୍ପା ମିଳିବ ବୋଲି ଶ୍ରୀ ସିହ୍ନା କହିଛନ୍ତି । ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବାକୁ ଯବାନମାନେ ପ୍ରାଣବଳି ଦେଉଛନ୍ତି । ତେଣୁ ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରାଗଲେ ଯବାନଙ୍କ ପ୍ରତି ହେଉଥିବା ପକ୍ଷପାତ ନୀତିର ଅବସାନ ଘଟିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଜମ୍ମୁସ୍ଥିତ କନ୍‌ଭେନସନ ସେଣ୍ଟରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଉପରାଜ୍ୟପାଳ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବାକୁ ଥିବା ଏକାଧିକ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ଆଲୋକପାତ କରିଛନ୍ତି । ପିସିଏସ୍ (ରାଜ୍ୟ ପ୍ରଶାସନିକ ସେବା) ଏବଂ ଏସ୍‌ଏସ୍‌ବି (ରାଜ୍ୟ ସିଲେକ୍‌ସନ ବୋର୍ଡ) ପରୀକ୍ଷାକୁ ବାତିଲ କରାଯାଇଥିବା ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଛି, ସେ ପ୍ରସଙ୍ଗରେ ଶ୍ରୀ ସିହ୍ନା ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି । ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । କେନ୍ଦ୍ର ସରକାର ସେହିଦିନଠାରୁ ଏହି ପଦଗୁଡିକୁ ଉଚ୍ଛେଦ କରିଛନ୍ତି ବୋଲି ଅଭିଯୋଗ ଉଠିଛି । ତେବେ ଶ୍ରୀ ସିହ୍ନା କହିଛନ୍ତି ଯେ ଯେଉଁ ପଦ ପାଇଁ ମନୋନୟନ ହୋଇନାହିଁ କିମ୍ବା ପରୀକ୍ଷାଫଳ ପ୍ରକାଶ ପାଇନାହିଁ, କେବଳ ସେହି ପଦଗୁଡିକୁ ରଦ୍ଦ କରାଯାଇଛି । ବର୍ତ୍ତମାନ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ନିଯୁକ୍ତି ଏବଂ ସଂରକ୍ଷଣ ନୀତି ଅବଲମ୍ବନ କରାଯାଉଛି । କେତେକ ସରକାରୀ ପଦକୁ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି । ଆସନ୍ତା ୨ ମାସ ମଧ୍ୟରେ ସାନି ବିଜ୍ଞାପନ ଜରିଆରେ ଏହି ପଦ ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତିି । ଏହାଦ୍ୱାରା ସବୁ ବର୍ଗଙ୍କୁ ସମାନ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ କୌଣସି ଗୁଜବକୁ କର୍ଣ୍ଣପାତ ନକରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ଚାକିରି ପାଇଁ ଆଶାୟୀ କୌଣସି ଯୁବକଙ୍କ ମନରେ ସନ୍ଦେହ ଉପୁଜେ, ତେବେ ସଂପୃକ୍ତ ଯୁବକ ସିଧାସଳଖ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିପାରିବେ ବୋଲି ସେ କହିଛନ୍ତି । ପୁନଶ୍ଚ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରେ କଶ୍ମୀର ଛାଡିଥିବା ଲୋକେ ବର୍ତ୍ତମାନ ନିଜ ମାଟିକୁ ଫେରୁଛନ୍ତି । ସେମାନଙ୍କର ପୂର୍ବ ଭିଟାମାଟି କିମ୍ବା ସ୍ୱଅର୍ଜିତ ଜମି ସେମାନଙ୍କୁ ଫେରାଇଦେବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି । ଏଥିସହିତ ଜମ୍ମୁ-କଶ୍ମୀରରେ ବାସ କରୁଥିବା ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ମଧ୍ୟ ସରକାରୀସ୍ତରରେ ବ୍ୟାପକ ଉଦ୍ୟମ କରାଯାଉଥିବା ସେ କହିଛନ୍ତିି । ଆଦିବାସୀଙ୍କ କଲ୍ୟାଣ ପାଇଁ ୭୩ କୋଟିର ପାଣ୍ଠି ବ୍ୟବସ୍ଥା ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking