30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଅଧିକ ସୁନ୍ଦର ଦେଖାଯିବା କାଳ ହେଲା, ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି

ଅଧିକ ସୁନ୍ଦର ଦେଖାଯିବା କାଳ ହେଲା, ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି

ନୂଆଦିଲ୍ଲୀ:: ଅଧିକ ସୁନ୍ଦର ଦେଖାଯିବା କାଳ ହେଲା । ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି।ଏକଥା ଶୁଣିବାକୁ ଅଡୁଆ ଲାଗିଲେ ବି ସତ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରର ଜଣେ ଯୁବତୀଙ୍କ ସହ ।  ଚାକିରି ସନ୍ଧାନରେ ଥିବା ଯୁବକଯୁବତୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଆପଣ ଜାଣିଥିବେ । କେବେ ପ୍ରୋଫାଇଲ ଠିକ୍ ନଥିବ ତ କେବେ ଇଣ୍ଟରଭ୍ୟୁରେ କଠିନ ପଶ୍ନ ଯୋଗୁଁ ଫେଲ୍ୟୁର ହୋଇଥାନ୍ତି କ୍ୟାଣ୍ଡିଡେଟ୍ । ହେଲେ କେହି ନିଜ ସୁନ୍ଦରତା ପାଇଁ କିମ୍ବା ଗୋରା ଚର୍ମ ପାଇଁ ଫେଲ୍ୟୁର ହୋଇଥିବା ଘଟଣା ଅଜବ ଲାଗୁଛି । କିନ୍ତୁ ବେଙ୍ଗାଲର ଯୁବତୀ ଜଣକ ନିଜର ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ସ୍ପଷ୍ଟ ହୋଇଛି ।

ପ୍ରତୀକ୍ଷା ଜିଚକର ନାମକ ଯୁବତୀ ନିଜର ଲିଙ୍କଇନ୍ ପ୍ରୋଫାଇଲରେ ସେୟାର କରି ଲେଖିଛନ୍ତି ଯେ, ‘ ନେଟିଜେନ୍ସ ଠିକ୍ ପଡିଛନ୍ତି .. ଇଣ୍ଟରଭ୍ୟୁରେ ତିନୋଟି ରାଉଣ୍ଡ ଥିଲା । ପ୍ରଥମେ ଆସାଇନମେଣ୍ଟ, ଦ୍ୱିତୀୟରେ ସ୍କିଲ୍ସ ଓ ତୃତୀୟରେ ଏକ୍ସପେରିଏନ୍ସ । ସେ  ଏ ସବୁଥିରେ କ୍ୱାଲିଫାଏ କଲେ । କିନ୍ତୁ ଫାଇନାଲ ରାଉଣ୍ଡରେ ବିଫଳ ହେଲେ ।  ଏହାର କାରଣ ଥିଲା ତାଙ୍କର ଗୋରା ସ୍କିନ୍ । ଯେଉଁଠି ଆମେ ବିବିଧତା ବିଷୟରେ ଆଲୋଚନା କରୁଛୁ ସେଠି ଏଭଳି ଭାବେ ରଙ୍ଗ, ଧର୍ମ ଆଧାରରେ ଚୟନ କରାଯିବା ବାସ୍ତବିକ ଦୁଃଖର ବିଷୟ ବୋଲି ଲେଖିଛନ୍ତି ପ୍ରତୀକ୍ଷା ।

ଏଭଳି କରି କମ୍ପାନୀ କିନ୍ତୁ ନିଜର ଭାବମୂର୍ତ୍ତି ଖରାପ କରିଛି । ଏହା ପରେ ପରେ କମ୍ପାନୀର ଏଚଆର ଟିମ ଦେଇଥିବା ଏକ ମେଲର ସ୍କ୍ରିନ୍ ସଟ୍କୁ ପୋଷ୍ଟ କରିଛନ୍ତି , ଯେଉଁଥିରେ ଲେଖାଅଛି:…

ଆମ କମ୍ପାନୀର ଇଣ୍ଟରଭ୍ୟୁ ସମୟରେ ପୁରା ପ୍ରୋସେସ୍ ଶେଷ ହେବା ଯାଏଁ ଧୈର୍ଯ୍ୟର ସହ ସହଯୋଗ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ହେଲେ ଦୁର୍ଭାଗ୍ୟ ଯେ ସବୁଥିରେ ଆପଣଙ୍କ ସଫଳତା ପରେ ବି ଆମେ  ଆପଣଙ୍କୁ ଏହି ପୋଷ୍ଟ ପାଇଁ ରଖିପାରିବୁ ନାହିଁ  ।

ଆପଣଙ୍କ ପ୍ରୋଫୋଇଲ ଆମ କମ୍ପାନୀର ଆବଶ୍ୟକତା ଅନୁସାରେ ପୁରା ଠିକ୍ ଅଛି । କିନ୍ତୁ ସମସ୍ୟା ଅପଣଙ୍କ ସ୍କିନରେ । ପ୍ରକୃତ କଥା ହେଉଛି , ଆପଣଙ୍କ ସ୍କିନ୍ ଟୋନ୍ ଆମ ଟିମ୍ ଠାରୁ ଅଧିକ । ଆପଣଙ୍କ ଅତ୍ୟଧିକ ଗୋରା ରଙ୍ଗ ଆମ ଟିମ୍ ଭିତରେ ମତଭେଦ ସୃଷ୍ଟି କରିପାରେ । ତେଣୁ ଇଣ୍ଟରଭ୍ୟୁରେ ଆପଣଙ୍କ ସଫଳତା ପରେ ବି ଆମେ ଆପଣଙ୍କୁ ଜବ୍ ଅଫର ଦେଇପାରିବୁ ନାହିଁ ।

ଧନ୍ୟବାଦ୍…

ଏହି ପୋଷ୍ଟ ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ । ପ୍ରତୀକ୍ଷାଙ୍କ ଏହି ପୋଷ୍ଟକୁ ୧୩ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଲେଣି । ଆଜିକା ଦିନରେ ବି ରଙ୍ଗ ରୂପକୁ ନେଇ ଏଭଳି ବାଛବିଚାର କରିବା ଲୋକଙ୍କୁ ଦୁର୍ବଳ ମାନସିକତାକୁ ସୂଚାଉଛି । ତେବେ ପୂର୍ବରୁ ବି ଏଭଳି କିଛି ଖବର ସାମ୍ନାକୁ ଆସିଛି । ବିରୋଧର ସ୍ୱର ବି ଉଠିଛି । ଅତ୍ୟାଧୁନିକ ସମାଜରେ ମଣିଷ ଯାଇ ମହାକାଶ, ଚନ୍ଦ୍ରରେ ପାଦ ଥାପିଥିବାବେଳେ ରଙ୍ଗକୁ ନେଇ ବିଭେଦ ପୁଣି ଏକ ଋଢିବାଦୀ ସମାଜର ସ୍ଥିତିକୁ ଜାହିର କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking